Site icon UTKAL PRATIDIN

ନୂଆରୂପରେ ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ

photo_6255557482680269248_y

ଭୁବନେଶ୍ୱର-ନୂଆଦିଲ୍ଲୀ, ରାଜଧାନୀ ଏକ୍ସପ୍ରେସ ପାଇଲା ନୂଆରୂପ । ରାଜଧାନୀ ଭୁବନେଶ୍ୱରରୁ ନୂଆଦିଲ୍ଲୀକୁ ଚାଲୁଥିବା ରାଜଧାନୀ ଏକ୍ସପ୍ରେସର ରୂପ ପରିବର୍ତନ ହୋଇ ହେଲା ତେଜସ ଏକ୍ସପ୍ରେସ । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହାର ଶୁଭାରମ୍ଭ କରିଛନ୍ତି । ତେବେ ତେଜସରେ ଯାତ୍ରୀମାନଙ୍କୁ ଅତ୍ୟାଧୁନିକ ସୁବିଧା ସହ ସୌନ୍ଦର୍ଯ୍ୟପୂର୍ଣ୍ଣ ଆଭ୍ୟନ୍ତରୀଣ ସାଜସଜ୍ଜା ମଧ୍ୟ ଦେଖିବାକୁ ମିଳିବ । ବିଶ୍ୱସ୍ତରୀୟ ସୁବିଧା ଦେବାକୁ ଏଥିରେ ରହିଛି ସ୍ମାର୍ଟ ସ୍ଲିପର କୋଚ୍ । ମୁଖ୍ୟ ପ୍ରବେଶ ଦ୍ୱାର ବନ୍ଦ ନହେବା ଯାଏଁ ଗଡ଼ିବନି ଟ୍ରେନ୍ । ଦିନକୁ ଦିନ ବଢୁଥିବା ଦୁର୍ଘଟଣା କୁ ଆଖିଆଗରେ ରଖି ଏପରି କିଛି ବ୍ୟବସ୍ଥା କରାଯାଇଛି l ଏହା ସହ ଅନ୍ୟ ଟ୍ରେନ ଅପେକ୍ଷା ତେଜସରେ ଯାତ୍ରୀ ବସିଥିବା ସିଟ୍ ଚଉଡ଼ା ରହିଛି । ପ୍ରତି କୋଚରେ ୬ଟି ଲେଖାଏଁ କ୍ୟାମେରା ଲାଗିଛି। ସବୁ କ୍ୟାମେରାରେ ୨୪ ଘଣ୍ଟିଆ ଲାଇଭ୍ ରେକର୍ଡିଂ ସୁବିଧା ରହିଛି । ଜୀଏସଏମ ନେଟୱର୍କ ସଂଯୋଗୀକୃତ ଯାତ୍ରୀ ସୂଚନା ବ୍ୟବସ୍ଥା ରହିଛି । ଏଥିରେ କୋଚ୍ କମ୍ପ୍ୟୁଟିଂ ୟୁନିଟ୍ ରେ ଡାଟା ରେକର୍ଡ ହେବ । ଏହାସହ ଏକୀକୃତ ପ୍ରଣାଳୀରେ ସମସ୍ତ ଡାଟା ରେକର୍ଡ ବ୍ୟବସ୍ଥା ଓ ଟଏଲେଟ୍ ସ୍ମେଲ୍ ସେନ୍ସର, ପ୍ୟାନିକ ସୁଇଚର ସଂଯୋଗ, ଫାୟାର ଆଲାରାମ ରହିଛି । ଅତ୍ୟାଧୁନିକ ଏହି ଟ୍ରେନ ଘଣ୍ଟାକୁ ୧୬୦ କିଲୋମିଟର ବେଗରେ ଗତି କରିପାରିବ । ଭୁବନେଶ୍ୱରରୁ ନୂଆଦିଲ୍ଲୀ ମଧ୍ୟରେ ତେଜସର ଯାତ୍ରା ସମୟରେ ମାତ୍ର ୧୩ଟି ଷ୍ଟେସନରେ ଅଟକିବ ବୋଲି ସୂଚନା ମିଳିଛି । ଓଡ଼ିଶାର ଭୁବନେଶ୍ୱର ସମେତ କଟକ, ବାଲେଶ୍ୱର ଓ ଭଦ୍ରକରେ ଏହି ଟ୍ରେନ ରହଣୀ କରିବ । ଶନିବାର ଦିନ ସମ୍ବଲପୁର ଦେଇ ଏହି ଟ୍ରେନ୍ ଚାଲିବ ।

Exit mobile version