
ଐତିହାସିକ ବେଦବ୍ୟାସୀ ପୀଠ ପାଇବ ନୂଆ ରୂପ କୋଏଲ ଓ ଶଙ୍ଖ ନଦୀକୂଳରେ ଅବସ୍ଥିତ ବେଦବ୍ୟାସ ପୀଠର ନବକଳେବର ର ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଏହି ସ୍ଥାନରେ ଥିବା ମନ୍ଦିର ଓ ପରିସରର ସେନ୍ଦର୍ଯ୍ୟୀକରଣ, ଉନ୍ନତିକରଣ ପାଇଁ ପ୍ରାୟ ୩୫ କୋଟି ବ୍ୟୟ ଅଟକଳ ରଖାଯାଇଛି ବୋଲି ସୂଚନା ମିଳିଛି । ଏହି ପ୍ରକ୍ରିୟା ନେଇ ବିସ୍ତୃତ ପ୍ରକଳ୍ପ ରିପୋର୍ଟ(ଡିପିଆର୍) ପ୍ରସ୍ତୁତ ହୋଇସାରିଛି। ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଆନୁଷ୍ଠାନିକ ଘୋଷଣା କରିବେବୋଲି ସୂଚନା ମିଳିଛି। ଚଳିତ ବର୍ଷ ଜାନୁଆରୀ ୧୪ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପାଣ୍ଡିଆନ ତଥା ୫-ଟି ସଚିବ ବେଦବ୍ୟାସ ପୀଠ ଗସ୍ତକରି ଏହାର ବିକାଶ ପାଇଁ ପରାମର୍ଶ ଦେଇଥିଲେ। ଦୁଇ ସପ୍ତାହ ଭିତରେ ଡିପିଆର୍ ପ୍ରସ୍ତୁତ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ସଚିବ ।