ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତ ହାତେଇଲା ପଦକ। ଭାରତର ଯୁବ ଶୁଟର ମନୁ ଭାକର ୨୨ବର୍ଷ ବୟସରେ ରଚିଛନ୍ତି ଇତିହାସ।୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଭାରତ ପାଇଁ ବ୍ରୋଞ୍ଜ ପଦକ ହାତେଇଛନ୍ତି । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ମନୁ ଭାକରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଥମ ଭାରତୀୟ ମହିଳା ଶୁଟର ଭାବେ ଅଲିମ୍ପିକ୍ସରେ ପଦକ ଜିତି ଭାରତ ପାଇଁ ଗୌରବ ଆଣିଛନ୍ତି ।
୩ବର୍ଷ ପୂର୍ବେ ଟୋକିଓ ଅଲିମ୍ପିକ୍ସରେ ମନୁ ଭାକର ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ଫାଇନାଲକୁ ଯାଇପାରିନଥିଲେ ।ମାତ୍ର ପ୍ୟାରିସରେ ମନୁ ଭାକର ତାଙ୍କର ଅଧୁରା ସ୍ୱପ୍ନକୁ ପୂରଣ କରି ବେଶ ଖୁସି ଅଛନ୍ତି ।