ବଲିଉଡର କିଙ୍ଗ ଖାନଙ୍କ ରୂପେ ପରିଚିତ ଶାହରୁଖ ଖାନଙ୍କ ‘ଜୱାନ’ ବକ୍ସ ଅଫିସରେ ଧମାଲ ମଚାଇବାକୁ ଯାଉଛି । ଏହି ଫିଲ୍ମ କୁ ନେଇ ଲୋକଙ୍କ ମଧ୍ୟରେ ଗୋଟେ କ୍ରେଜ ତିଆରି ହୋଇଯାଇଛି ଯେ ଜୱାନ ଫିଲ୍ମ କୁ ଅପେକ୍ଷା କରିବା ସେମାନଙ୍କ ପାଇଁ ଏକ କଷ୍ଟକର ହୋଇଯାଇଛି l ଖାଲି ଭାରତରେ ନୁହେଁ ଭାରତ ବାହାରେ ଅବା ବିଦେଶରେ ମଧ୍ୟ ଏହାର ଆଡଭାନ୍ସ ବୁକିଂ ଆରମ୍ଭ ହୋଇଯାଇଛି । ଏହା ସହ ଏବେ ଆଉ ଏକ ଖୁସି ଖବର ସାମ୍ନାକୁ ଆସିଛି ।
ଜର୍ମାନୀରେ ଦୁନିଆର ସବୁଠୁ ବଡ ପରଦାରେ ମୁକ୍ତିଲାଭ କରିବ ଜୱାନ ଫିଲ୍ମ l ଏହି ପରଦାରେ ପ୍ରଦର୍ଶିତ ହୋଇଥିବା ପ୍ରଥମ ଭାରତୀୟ ଚଳଚ୍ଚିତ୍ର ହେବ ‘ଜୱାନ’ । ଖବର ଅନୁଯାୟୀ, ଶାହରୁଖ ଖାନଙ୍କ ‘ଜୱାନ’ ଜର୍ମାନୀର ଲିଓନବର୍ଗର ଏକ ବିଶାଳ ସ୍ଥାୟୀ IMAX ପରଦାରେ ଟ୍ରମ୍ପଲାଷ୍ଟରେ ପ୍ରଦର୍ଶିତ ହେବ । IMAX ପରଦା ୧୨୫ ଫୁଟ ଚଉଡା ଏବଂ ୭୨ ଫୁଟ ଉଚ୍ଚ ଅଟେ । ଏହି ବିଶାଳ ପରଦାରେ ଫିଲ୍ମ ପ୍ରଦର୍ଶିତ ହେବା ପରେ ‘ଜୱାନ’ ଷ୍ଟାର ଶାହାରୁଖ ଖାନ୍ ଏକ ଇତିହାସ ରଚିବେ ।
ସୂଚନା ଅନୁଯାୟୀ, ଏହି ସ୍ଥାୟୀ ସିନେମା ପରଦା ୬ ଡିସେମ୍ବର ୨୦୨୨ରେ ସ୍ଥାପିତ ହୋଇଥିଲା ଏବଂ ସର୍ବବୃହତ IMAX ସ୍କ୍ରିନର ପୂର୍ବ ରେକର୍ଡ ଭାଙ୍ଗିଥିଲା । ଟ୍ରମ୍ପଲାଷ୍ଟର ନିର୍ମାଣ ୨୦୨୦ରେ ଆରମ୍ଭ ହୋଇ ଡିସେମ୍ବର ୨୦୨୨ରେ ଶେଷ ହୋଇଥିଲା । ଗିନିଜ ବୁକ୍ ଅଫ ୱାର୍ଲ୍ଡରେ ରେକର୍ଡ ରେ ଏହି ପରଦାର ନାମ ଅଛି l ୮୧୪.୮ବର୍ଗ ମିଟର କ୍ଷେତ୍ର ବିଶିଷ୍ଟ ସିନେମା ହଲକୁ ସର୍ବ ବୃହତ ସ୍ଥାୟୀ ସିନେମା ହଲ୍ର ଆଖ୍ୟା ପ୍ରଦାନ କରି ସାର୍ଟିଫିକେଟ୍ ଦେଇଛି ଗିନିଜ ବୁକ୍ ଅଫ ୱାର୍ଲ୍ଡ ।
ଦୁନିଆର ସବୁଠୁ ବଡ ପରଦାରେ ମୁକ୍ତିଲାଭ କରିବ “ଜୱାନ”
