
ଦିଲ୍ଲୀ ଏମ୍ସରେ ଅଗ୍ନିକାଣ୍ଡ ଦିଲ୍ଲୀ : ଦିଲ୍ଲୀ ଏମ୍ସରେ ଲାଗିଛି ନିଆଁ । କିଛି ସମୟ ପୂର୍ବରୁ ଦିଲ୍ଲୀ ଏମ୍ସର ଏଣ୍ଡୋସ୍କୋପି ରୁମରେ ନିଆଁ ଲାଗିଥିବା ସୂଚନା ମିଳିଛି । ଏଣ୍ଡୋସ୍କୋପି ରୁମର ଝରକା ଆଡ଼ୁ ନିଆଁ ଓ ଧୂଆଁ ବହୁ ଜୋରରେ ବାହାରୁଥବା ଦେଖିବାକୁ ମିଳିଥିଲା । ନିଆଁକୁ ଆୟତ୍ତ କରିବାକୁ ୮ଟି ଅଗ୍ନିଶମ ଗାଡ଼ି ନିୟୋଜିତ ହୋଇଛି । ଏବେ ଯାଏଁ ମଧ୍ୟ ସମ୍ପୂର୍ଣ୍ଣ ଭାବେ ନିଆଁ ଲିଭି ନାହିଁ । ଅଗ୍ନିଶମ ବିଭାଗ ନିଜ ପ୍ରୟାସ ଜାରି ରଖିଛି l ଦିଲ୍ଲୀ ଓ ଆଖପାଖ ଅଞ୍ଚଳରୁ ବି ଅଗ୍ନିଶମ ଗାଡ଼ି ଏଠାକୁ ପହଞ୍ଚୁଛି । ଏଣ୍ଡୋସ୍କୋପି ବିଭାଗରେ ଥିବା ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ତେବେ କେଉଁ କାରଣ ପାଇଁ ନିଆଁ ଲାଗିଛି, ସେସମ୍ପର୍କରେ କିଛି ସୂଚନା ଏଯାଏଁ ମିଳିପାରିନାହିଁ । ହୁଏତ ସାର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥାଇପାରେ l କିନ୍ତୁ ସେ ନେଇ ଏଯାଏଁ କିଛି ସ୍ପଷ୍ଟ ହୋଇନାହିଁ l ନିଆଁ ଚାରିଆଡକୁ ବ୍ୟାପିଯିବାର ଆଶଙ୍କା ଥିବାରୁ ଅନ୍ୟ ବିଭାଗରୁ ମଧ୍ୟ ରୋଗୀମାନଙ୍କୁ ସ୍ଥାନାନ୍ତର କରାଯାଉଛି । ଏହି କିଛି ସମୟ ଆଗରୁ ଦିଲ୍ଲୀ ଏମ୍ସର ଏଣ୍ଡୋସ୍କୋପି ବିଭାଗରେ ନିଆଁ ଲାଗିଥିବା ସୂଚନା ମିଳିଛି ।