Site icon UTKAL PRATIDIN

ଦିନକୁ ଅଧଘଣ୍ଟା ସମୟ ଦିଅନ୍ତୁ, ସୁସ୍ଥ ରୁହନ୍ତୁ: ଯୋଗଗୁରୁ

Picsart_24-06-21_10-09-50-205-scaled

ଆମେ ଖାଉଛୁ ବିଷ, ପିଉଛେ ବିଷ, ନେଉଛୁ ପ୍ରଦୂଷିତ ବାୟୁ। ଏଥିଯୋଗୁଁ ଶରୀର ବିଷଯୁକ୍ତ ହୋଇପଡ଼ିଛି। କିଡ଼ନୀ, ଯକୃତ ଏବଂ ମସ୍ତିଷ୍କ କେବଳ ପ୍ରଣାୟାମ ଆସନ ଦ୍ୱାରା ନିରୋଗ ହୋଇପାରିବ ବୋଲି କହନ୍ତି ଯୋଗଗୁରୁ ପ୍ରଶାନ୍ତ ପରୀକ୍ଷା । ସେ କହିଛନ୍ତି, ନିୟମିତ ଯୋଗ କଲେ ସୁରକ୍ଷିତ ରହିବା। ଏଥିପାଇଁ ଜଣେ ବ୍ୟକ୍ତି ଯଦି ଦିନକୁ ଅଧଘଣ୍ଟା ସମୟ ଦେବା ଜରୁରୀ। ଅନ୍ତତଃ ଦିନକୁ ସୂର୍ଯ୍ୟ ନମସ୍କାର ମାତ୍ର ୧୧ ଥରରୁ ୨୧ ଥର କଲେ ସର୍ବାଙ୍ଗ ଶରୀରର ବ୍ୟାୟାମ ହୋଇପାରିବ। ୫ ମିନିଟ୍ କପାଳଭାତି, ୩ମିନିଟ୍ ଅନୁଲୋମ ବିଲୋମ, ୩ମିନିଟ୍ ଦୀର୍ଘଶ୍ୱାସ ନେବା ଆଣିବା କରନ୍ତୁ ଅଧଘଣ୍ଟା ଯୋଗ କଲେ ୯୯% ରୋଗରୁ ମୁକ୍ତ ହୋଇପାରିବା। କେବଳ ଯୋଗନୁହେଁ ତା’ ପାଇଁ ସନ୍ତୁଳିତ ଆହାର ଦରକାର। ସହରୀ ସଭ୍ୟତାର ଖାଦ୍ୟ ଖାଇ ଜୀବନ ଚର୍ଯ୍ୟା ବିଶୃଙ୍ଖଳିତ ହୋଇପଡୁଛି। ଲୋକେ ବିଭିନ୍ନ ରୋଗରେ ପଡ଼ୁଛନ୍ତି। ଆସନ୍ତୁ ସମସ୍ତେ ଋଷି ପରମ୍ପରାକୁ ଆପଣାଇ ନିରୋଗ ଜୀବନ ଯାପନ କରିବା ll

ପ୍ରଶାନ୍ତ ପରୀକ୍ଷା ( ଯୋଗଗୁରୁ ତଥା ଅବସର ପ୍ରାପ୍ତ ପ୍ରଫେସର )

Exit mobile version