ଓଡିଶା ଭାରତର ଅଷ୍ଟମ ଗରିବ ରାଜ୍ୟ ହେବା ପାଇଁ ଗୋଟିଏ ସ୍ଥାନକୁ ଖସି ଆସିଛି। ଜୁଲାଇ ୧୭ ରେ ନୂଆଦିଲ୍ଲୀରେ ପ୍ରକାଶିତ ନୀତି ଆୟୋଗଙ୍କ ‘ଜାତୀୟ ବହୁମୁଖୀ ଦାରିଦ୍ର୍ୟ ସୂଚକାଙ୍କ: ଏକ ପ୍ରଗତି ସମୀକ୍ଷା ୨୦୨୩’ ରିପୋର୍ଟରେ ଏହା ଦାବି କରାଯାଇଛି। ଗତ ପାଞ୍ଚ ବର୍ଷ ମଧ୍ୟରେ ରାଜ୍ୟରେ ୬୨.୬୨.୦୦୦ ଲୋକ ଦାରିଦ୍ର୍ୟରୁ ଦୂରେଇ ଯାଇଥିଲେ ମଧ୍ୟ ରାଜ୍ୟର ସ୍ଥିତି କ୍ରମାଗତ ଭାବେ ଖରାପ ହେବାରେ ଲାଗିଛି। ୨୦୨୧ ର ନୀତି ଆୟୋଗର ଜାତୀୟ ବହୁମୁଖୀ ଦାରିଦ୍ର୍ୟ ସୂଚକାଙ୍କରେ ବିହାର, ଝାରଖଣ୍ଡ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ମେଘାଳୟ, ଆସାମ, ଛତିଶଗଡ ଏବଂ ରାଜସ୍ଥାନ ପରେ ଓଡିଶା ନବମ ଗରିବ ରାଜ୍ୟ ଥିଲା। କିନ୍ତୁ ନିକଟରେ ପ୍ରକାଶିତ ତାଲିକାରେ ବିହାର, ଝାରଖଣ୍ଡ , ମେଘାଳୟ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଆସାମ ଏବଂ ଛତିଶଗଡ ପରେ ଓଡିଶା ଅଷ୍ଟମ ସ୍ଥାନରେ ରହିଛି। ଏଥି ସହିତ ୧୫ .୬୮ ପ୍ରତିଶତ ଦାରିଦ୍ର୍ୟ ହାର ଜାତୀୟ ହାର ୧୪.୯୬ ପ୍ରତିଶତରୁ ଅଧିକ ହୋଇଛି। ମାଲକାନଗିରି ହେଉଛି ରାଜ୍ୟର ସବୁଠାରୁ ଗରିବ ଜିଲ୍ଲା। ସ୍ବଚ୍ଛତା ଓ ପରିମଳ, ପୁଷ୍ଟି, ରୋଷେଇ ଇନ୍ଧନ, ଆର୍ଥିକ ଅନ୍ତର୍ଭୁକ୍ତୀକରଣ, ପାନୀୟ ଜଳ ଓ ବିଦ୍ୟୁତ ଯୋଗାଣ ଉପରେ ସରକାର ଗୁରୁତ୍ବ ପ୍ରଦାନ କରିଥିବାରୁ ଦାରିଦ୍ର୍ୟ ଦ୍ରୁତ ଗତିରେ ହ୍ରାସ ପାଇଛି ବୋଲି ରିପୋର୍ଟରେ କୁହାଯାଇଛି।ଜିଲ୍ଲାଗୁଡ଼ିକ ମଧ୍ୟର ମାଲକାନାଗିରି ଦାରିଦ୍ର୍ୟ ହାର ରାଜ୍ୟରେ ସର୍ବାଧିକ ୪୫.୦୧ ପ୍ରତିଶତ ଥିବା ବେଳେ ପୁରୀରେ ସର୍ବନିମ୍ନ ୩.୨୯ ପ୍ରତିଶତ ରହିଛି। ପ୍ରକାଶିତ ରିପୋର୍ଟ ଅନୁଯାୟୀ, ୨୦୧୫-୧୬ ରୁ 2019-21 ମଧ୍ୟରେ ଭାରତରେ ପ୍ରାୟ ୧୩.୫ କୋଟି ଲୋକ ବହୁମୁଖୀ ଦାରିଦ୍ର୍ୟରୁ ବାହାରିଛନ୍ତି। ଭାରତରେ ବହୁମୁଖୀ ଦାରିଦ୍ରରେ ବାସ କରୁଥିବା ବ୍ୟକ୍ତିବିଶେଷଙ୍କ ସଂଖ୍ୟା ୨୪.୮୫ ପ୍ରତିଶତରୁ ୧୪.୯୬ ପ୍ରତିଶତକୁ ଖସି ଆସିଛି। ଏହି ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ ଉତ୍ତରପ୍ରଦେଶ, ବିହାର, ମଧ୍ୟପ୍ରଦେଶ, ଓଡିଶା ଏବଂ ରାଜସ୍ଥାନ ବହୁମୁଖୀ ଗରିବଙ୍କ ଅନୁପାତରେ ଦ୍ରୁତତମ ହ୍ରାସ ପାଇଛି। ରିପୋର୍ଟରେ ଦର୍ଶାଯାଇଛି ଯେ ଗତ ପାଞ୍ଚ ବର୍ଷ ମଧ୍ୟରେ ବହୁମୁଖୀ ଦାରିଦ୍ରରେ ବିଦ୍ୟମାନ ଥିବା ୩.୪୩ କୋଟି ଲୋକ ଉତ୍ତରପ୍ରଦେଶ ଏହି ତାଲିକାରେ ଶୀର୍ଷରେ ରହିଛନ୍ତି, ତା’ପରେ ବିହାର (୨.୨୫ କୋଟି) ଏବଂ ମଧ୍ୟପ୍ରଦେଶ (୧. ୩୬ କୋଟି) ରହିଛି। ନୀତି ଆୟୋଗର ଉପାଧ୍ୟକ୍ଷ ସୁମନ ବେରି ଏହି ରିପୋର୍ଟକୁ ଆଜି ଉନ୍ମୋଚନ କରିଥିଲେ। ସ୍ବାସ୍ଥ୍ୟ, ଶିକ୍ଷା, ଜୀବନଧାରଣ ମାନ ଭଳି ୧୨ଟି ଗୁରୁତ୍ବପୂର୍ଣ୍ଣ ମାନଦଣ୍ଡ ଆଧାରରେ ନିତି ଆୟୋଗ ଏହି ରିପୋର୍ଟ ପ୍ରସ୍ତୁତ କରିଛି। ରିପୋର୍ଟକୁ ତିନି ଆୟୋଗ ଉପାଧ୍ୟକ୍ଷ ସୁମନ ବେରି ଉନ୍ମୋଚନ କରିଛନ୍ତି।
ଦରିଦ୍ରତାର ଅଷ୍ଟମ ସ୍ଥାନକୁ ଖସିଲା ଓଡିଶା
