Site icon UTKAL PRATIDIN

ଦନ୍ତା ଆକ୍ରମଣରେ ମହିଳଙ୍କ ମୃତ୍ୟୁ !

photo1689238094

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର କୋଇଡା ଥାନା ଦେଙ୍ଗୁଳା ଗ୍ରାମର ମୁଣ୍ଡା ବସ୍ତିରେ ଘଟିଛି ଏପରି ଏକ ଅଭାବନୀୟ ଘଟଣା। ଜଣେ ମହିଳାଙ୍କୁ ଏକ ଦନ୍ତା ହାତୀ ଘରୁ ଟେକି ଆଣି ରାସ୍ତାରେ କଚାଡି ମାରିଦେଇଛି । ସୂଚନା ଅନୁଯାୟୀ ଗୁରୁବାର ଅର୍ଥାତ୍ ଆଜି ଭୋରୁ ହାତୀଟି ଖାଦ୍ୟ ଅନ୍ୱେଷଣରେ ଜନବସତି ଆଡ଼କୁ ଯାଇଥିଲା । ଗ୍ରାମ ଭିତରେ ପଶି ଘର ଭଙ୍ଗାରୁଜା କରିବା ସହ ଜଣେ ମହିଳାଙ୍କୁ ତାଙ୍କ ଘରୁ ଟେକି ଆଣି ରାସ୍ତାରେ କଚଡ଼ିଦେଇଥିଲ ଯାହାଫଳରେ ମହିଳାଙ୍କ ମୃତ୍ୟୁ ଘଟିଥିଲା। ଏହା ସହ ଗ୍ରାମବାସୀଙ୍କ କହିବା ଅନୁଯାୟୀ ହାତୀଟି ମହିଳାଙ୍କ ମୃତ ଦେହକୁ ବୋହୂ ସମୟ ଦଳ ଚକଟା କରିଥିଲା। ଏହା ସହ ହାତୀଟି ଶବଟିକୁ ଛାଡି ନଯାଇ ଜଗି ବସିଥିଲା । ବୋହୁସମୟ ଅପେକ୍ଷା ପରେ ଗ୍ରାମବାସମାନେ ହାତୀଟିକୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ ଫଳରେ ହାତୀଟି ଜଙ୍ଗଲ ଭିତରକୁ ଚାଲିଯାଇଥିଲା। ବନବିଭାଗ ଏ ସମ୍ପର୍କରେ ସୂଚନା ପାଇବା ପରେ ଏବେ ତଦନ୍ତ ଜାରି ରଖିଛି ଓ ହାତୀଟିକୁ ଖୋଜିବାରେ ଲାଗିଛି।

Exit mobile version