Site icon UTKAL PRATIDIN

ଦକ୍ଷିଣ ଆଫ୍ରିକା ପରେ ଏବେ ଗ୍ରୀସରେ ପ୍ରଧାନମନ୍ତ୍ରୀ

photo_6289676213253420442_y

ଦକ୍ଷିଣ ଆଫ୍ରିକା ପରେ ଏବେ ଗ୍ରୀସରେ ପ୍ରଧାନମନ୍ତ୍ରୀ ଏବେ ଗ୍ରୀସ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଗସ୍ତ ଖୁବ ଖାସ କାରଣ ଦୀର୍ଘ ୪୦ ବର୍ଷ ପରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀ ଗ୍ରୀସରେ ପହଞ୍ଚିଛନ୍ତି । ଗୁରୁବାର ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦକ୍ଷିଣ ଆଫ୍ରିକାରୁ ଗ୍ରୀସ ଅଭିମୁଖେ ଯାତ୍ରା କରିଛନ୍ତି । ଆଜି ପ୍ରଧାନମନ୍ତ୍ରୀ ସେଠାରେ ଅନେକ କାର୍ଯ୍ୟକ୍ରମରେ ଯୋଗ ଦେବେ । ଗ୍ରୀସରେ ପ୍ରଧାନମନ୍ତ୍ରୀଙ୍କୁ ଏକ ଆନୁଷ୍ଠାନିକ ସ୍ୱାଗତ କରାଯିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି l ଏହା ପରେ ପ୍ରଧାନମନ୍ତ୍ରୀ ଗ୍ରୀସର ରାଷ୍ଟ୍ରପତି ଏବଂ ଗ୍ରୀସର ପ୍ରଧାନମନ୍ତ୍ରୀଙ୍କ ସହ ବିଭିନ୍ନ ଦିଗ ନେଇ ଆଲୋଚନା କରିବେ । ସେଠାରେ ବ୍ୟବସାୟ ସମ୍ପ୍ରଦାୟ ଏବଂ ଏନଆରଆଇ ଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି । ବିଗତ ୪୦ ବର୍ଷ ମଧ୍ୟରେ ଭାରତର କୌଣସି ପ୍ରଧାନମନ୍ତ୍ରୀ ଗ୍ରୀସ୍ ଗସ୍ତ କରିନାହାନ୍ତି l ୪୦ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କର ଏହା ପ୍ରଥମ ଗ୍ରୀସ୍ ଗସ୍ତ । ପ୍ରଧାନମନ୍ତ୍ରୀ ମୋଦିଙ୍କ ପୂର୍ବରୁ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ସେପ୍ଟେମ୍ବର ୧୯୮୩ରେ ଗ୍ରୀସ ଗସ୍ତ କରିଥିଲେ। ଏହି କାରଣରୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଅତ୍ୟନ୍ତ ସ୍ୱତନ୍ତ୍ର ବୋଲି ବିବେଚନା କରାଯାଉଛି। ତେବେ ଏହି ଗସ୍ତରେ ପ୍ରଧାନମନ୍ତ୍ରୀ ଆଜି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମରେ ଯୋଗ ଦେବେ l ସେଠାରେ ଯବାନଙ୍କ ସମାଧିରେ ପୁଷ୍ପମାଲ୍ୟ ଅର୍ପଣ କରିବେ l ସ୍ୱାଗତ ସମ୍ବର୍ଦ୍ଧନାରେ ଯୋଗଦେବା ସହ ଗ୍ରୀସର ରାଷ୍ଟ୍ରପତିଙ୍କ ସହ ଆନୁଷ୍ଠାନିକ ବୈଠକ କରିବେ l ଏହାପରେ ଗ୍ରୀକ୍ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆୟୋଜିତ ମଧ୍ୟାହ୍ନ ଭୋଜନରେ ଯୋଗ ଦେବେ । ପରେ ପ୍ରବାସୀ ଭାରତୀୟଙ୍କ ସହ ଭେଟ ହୋଇ ବିଭିନ୍ନ ଆଲୋଚନା କରିବେ l ଏହାପରେ ଆଜି ରାତିରେ ସେଠାରୁ ଭାରତ ପ୍ରତ୍ୟାବର୍ତନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି l

Exit mobile version