Site icon UTKAL PRATIDIN

ଡ଼ଙ୍ଗା ବୁଡ଼ି ଦୁଇ ମତ୍ସ୍ୟଜୀବୀ ଜିଖୋଜ

photo_6204125687397333184_y

ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗ ସାଗର ଦ୍ବିପକୁ ମାଛ ଧରିବାକୁ ଯାଇଥିବାବେଳେ ଘଟିଛି ଏକ ଅଘଟଣ l ଶ୍ରାବଣ ମାସରେ ଇଲିଶି ମାଛର ଚାହିଦା ଖୁବ ବେଶୀ ରହିଥାଏ l ଏହି ଇଲିଶି ମାଛ ସାଧାରଣତଃ ମଝି ସମୁଦ୍ରରେ ମିଳିଥାଏ l ତେଣୁ ପଶ୍ଚିମବଙ୍ଗର ସାଗର ଦ୍ବିପରୁ ଏହି ଇଲିଶି ମାଛ ଧରିବା ପାଇଁ ୧୦ ଜଣ ମତ୍ସ୍ୟଜୀବୀ ସମୁଦ୍ର ଭିତରକୁ ଯାଇଥିଲେ l ହେଲେ ହଟାଥ ସମୁଦ୍ରରେ ଜୁଆର ଆସିବାରୁ ଭାରସାମ୍ୟ ହରାଇ ଡ଼ଙ୍ଗାଟି ମଝି ସମୁଦ୍ରରେ ଓଲଟି ପଡିଥିଲା l ଏହା ପଫଳରେ ସମସ୍ତେ ସମୁଦ୍ର ଭିତରେ ବୁଡ଼ିଯାଇଥିଲେ l ନିକଟରେ ଥିବା ଆଉ ଏକ ମତ୍ସ୍ୟଜୀବୀ ଡ଼ଙ୍ଗା ସେମାନଙ୍କୁ ଉଦ୍ଧାର କରିବାକୁ ପ୍ରୟାସ କରିଥିଲା l ହେଲେ ସେମାନେ ୮ ଜଣଙ୍କୁ ଉଦ୍ଧାର କରିଥିବାବେଳେ ଆଉ ୨ ଜଣକୁ ପାଇନଥିଲେ l ଏବେ ସୁଦ୍ଧା ବାକି ୨ ମତ୍ସ୍ୟଜୀବୀ ନିଖୋଜ ଅଛନ୍ତି l ସୂଚନା ଅନୁସାରେ ସମସ୍ତ ମତ୍ସ୍ୟଜୀବୀ ସ୍ଥାନୀୟ ସୁନ୍ଦରବନ ଅଞ୍ଚଳର ହୋଇଥିବା ଜଣ ପଡିଛି l ଉଦ୍ଧାର ସମୟର ଫୋଟୋ ଓ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି l ତେବେ ନିଖୋଜ ୨ ଜଣଙ୍କୁ ଖୋଜିବାରେ ଏବେ ସ୍ଥାନୀୟ ପ୍ରଶାସନ ଲାଗିପଡ଼ିଛି l ହେଲେ ଏଯାଏଁ ବି ସେମାନଙ୍କ ପତା ମିଳିପାରିନାହିଁ l

Exit mobile version