Site icon UTKAL PRATIDIN

ଜ୍ଞାନୱାପି ପରିସରରେ ଫୁଣି ବିବାଦ

photo1691222860

 
ଶନିବାର ଦ୍ୱିତୀୟ ଦିନରେ ଏଏସଆଇ ଜ୍ଞାନୱାପି ପରିସର ର ସର୍ଭେ କରିଥିଲା। ଏହି ସମୟରେ ମୁସଲିମ ଦଳ ସହିତ ଏଏସଆଇ ମସଜିଦ ପରିସର ଭିତରକୁ ଯାଇ ଉପସ୍ଥିତ ଜିନିଷରୁ ତଥ୍ୟ ସଂଗ୍ରହ କରିଥିଲେ। ଅନ୍ୟପକ୍ଷରେ ଯେତେବେଳେ ଦଳ ଭୁତଳ ସ୍ଥାନ(ଗନ୍ତାଘର) ଖୋଲିବାକୁ କହିଥିଲେ ସେତେବେଳେ ମୁସଲମାନ ଦଳ ମନା କରିଦେଇଥିଲେ।
ସୂଚନା ଅନୁଯାୟୀ, ମୁସଲିମ ପାର୍ଶ୍ୱରୁ ତଳ ମହଲାର ଚାବି ମାଗିଥିଲେ, ଯାହାକୁ ସେମାନେ ପ୍ରତ୍ୟାଖ୍ୟାନ କରିଥିଲେ। ଯଦିଓ କ୍ୟାମ୍ପସର ଅନ୍ୟ ସ୍ଥାନରେ ଏହି ସର୍ଭେ କରାଯାଇଥିଲା। ମୁସଲମାନ ଦଳର ଏହି ପଦକ୍ଷେପକୁ ହିନ୍ଦୁ ଦଳ ବିରୋଧ କରିଛି।
ଅନ୍ୟପକ୍ଷରେ ମୁସଲିମ ଦଳର ଓକିଲ ମମତାଜ ଅହମ୍ମଦ ଏହି ପ୍ରସଙ୍ଗରେ ସ୍ପଷ୍ଟୀକରଣ ଦେଇଛନ୍ତି। ସେ କହିଥିଲେ ଯେ ଆମେ ତାଙ୍କୁ ସେଲଟର ଚାବି କାହିଁକି ଦେବୁ, ସେ ଯେଉଁଠି ଚାହିଁବେ କଣ ସେଠି ଖୋଲିଦେବେ ? ସେ ଏହା ମଧ୍ୟ କହିଛନ୍ତି ଯେ ମୁସଲିମ ପକ୍ଷ କୋର୍ଟର ନିଷ୍ପତ୍ତିକୁ ସମ୍ମାନ କରନ୍ତି। ସେ ଏଏସଆଇ ଦଳ ସହିତ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି l

Exit mobile version