
ଚୀନରେ ଅନୁଭୂତ ହେଇଛି ଶକ୍ତିଶାଳୀ ଭୂକମ୍ପ । ରିକ୍ଟର ସ୍କେଲରେ ଏହାର ତିବ୍ରତା ୫.୫ ରେକର୍ଡ କରାଯାଇଛି । ଏହି ଭୂକମ୍ପ ଝଟକାରେ ପ୍ରାୟ ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଧନଜୀବନ ମଧ୍ୟ କ୍ଷତି ହୋଇଥିବାର ଆଶଙ୍କା କରାଯାଉଛି । ଚୀନ ଆର୍ଥକ୍ବିକ୍ ନେଟଓ୍ବର୍କ୍ସ ସେଣ୍ଟର ରିପୋର୍ଟ ମୁତାବକ, ଏହି ଭୂମିକମ୍ପ ରବିବାର ପ୍ରାୟ ରାତି ଅଢେଇଟାରେ ଝଟକା ଲଗିଛି । ବିଶେଷ କରି ଏହାର ପ୍ରଭାବ ଦେଝାଉ ସହର ପିଙ୍ଗୁୟାଆନ୍ କାଉଣ୍ଟିରେ ଅନୁଭୂତ ହୋଇଛି । ଏହାର ତିବ୍ରତା ୫.୫ ରେକର୍ଡ କରାଯାଇଥିଲା । ଭୂମିକମ୍ପ ଯୋଗୁ ବଡ଼ ବଡ଼ ବିଲ୍ଡିଂ କ୍ଷତିଗ୍ରସ୍ତ ହୋଇଛି । ସେହିପରି ଏଥିରେ ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଗତକାଲି ଦିଲ୍ଲୀ ଏନସିଆରରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ସେହିପରି ଜାମ୍ମୁ କାଶ୍ମୀରରେ 5.6 ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ମଧ୍ୟ ଅନୁଭୂତ ହୋଇଥିଲା ।
ଏହା ବ୍ୟତୀତ ଉତ୍ତର ଭାରତର ଅନେକ ଅଞ୍ଚଳରେ ଭୂମିକମ୍ପ ହୋଇଥିବା ନେଇ ସୂଚନା ରହିଛି । ଦିଲ୍ଲୀ ସମେତ ଆଖପାଖ ଅଞ୍ଚଳରେ ମଧ୍ୟ ଏହି ଭୂକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା 5.6 ରେକର୍ଡ ହୋଇଥିଲା । କମ୍ପନ ଅନୁଭୂତ ହେବା ପରେ ଲୋକମାନେ ଭୟଭୀତ ହୋଇ ଘରୁ ବାହାରି ଆସିଥିଲେ । ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି ସୂଚନା ଅନୁସାରେ, ଭୂକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନର ହିନ୍ଦୁ କୁଶ ଅଞ୍ଚଳ । ଜାମ୍ମୁ-କଶ୍ମୀରର ଗୁଲମାର୍ଗଠୁ ଏହା ୪୧୮ କି.ମି ଦୂରରେ ରହିଛି । ରାତି ୯.୩୧ରେ ଭୂକମ୍ପ ଝଟକା ଅନୁଭବ ହୋଇଛି । ରିପୋର୍ଟ ଅନୁସାରେ ଏହା ଗଭୀରତା ୧୮୧ କିମି ରହିଛି । ଏହି ବର୍ଷ ଅନେକ ଜାଗାରେ ଭୁକମ୍ପ ହୋଇଥିବା ବେଳେ ଅନେକ କ୍ଷୟ କ୍ଷତି ମଧ୍ୟ ହୋଇଛି l ଫେବୃଆରୀ ୬ରେ ତୁର୍କୀରେ ଘଟିଥିବା ଏକ ଭୟଙ୍କର ଭୂକମ୍ପରେ ତୁର୍କୀ ଏବଂ ସିରିଆରେ 44 ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିଲେ ।