Site icon UTKAL PRATIDIN

ଚକା ଫାଟି ଓଲଟିଲା ପିକପ ଭ୍ୟାନ

23-07-25_12-16-19-890


  
ଜଳେଶ୍ଵର: ମୟୁରଭଞ୍ଜ ଜିଲ୍ଲା ବେତନଟୀ ଥାନା ବାରମାଇଲ ଓ ଏହାର ଆଖପାଖ ଅଞ୍ଚଳରୁ ଏକ ପିକପ ଭ୍ୟାନ ୪୫ ଜଣ କୃଷି ଶ୍ରମିକ ଜଳେଶ୍ଵର ଅଞ୍ଚଳକୁ ଆସୁଥିବାବେଳେ ଆଜି ସଖାଳେ ରାସ୍ତାରେ ଗାଡିଟି ଦୁର୍ଘଟଣାଗ୍ରସ୍ତ ହେବାରୁ ୨୫ ଜଣ ଗୁରୁତର ହୋଇଛନ୍ତି। ଗୁରୁତରମାନଙ୍କୁ ଜଳେଶ୍ଵର ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ମୟୁରଭଞ୍ଜ ଜିଲ୍ଲା ବେତନଟୀ ଅଞ୍ଚଳର ୪୦ ମହିଳା ଓ ୫ ଜଣ ପୁରୁଷଙ୍କୁ ମିଶାଇ ମୋଟ ୪୫ ଜଣ କୃଷି ଶ୍ରମିକ ଏକ ପିକପ ଭ୍ୟାନ ଗାଡ଼ିରେ ଜଳେଶ୍ଵର ଆମ୍ବିଳିଅଠା ଓ ଚୁଡାମଣିପୁରୁ ଗାଁ କୁ ଆସୁଥିଲେ। ତେବେ ୧୬ ନମ୍ବର ଜାତୀୟ ରାଜପଥର ସାଇରାମ ହୋଟେଲ ନିକଟରେ ଏହି ଗାଡିର ଚକ ଫାଟି ଯିବାରୁ ଭାରସାମ୍ୟ ହରାଇ ଗାଡି ଓଲଟି ପଡିଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ବ୍ୟବସାୟୀ, ହୋଟେଲର କର୍ମଚାରୀମାନେ ଗୁରୁତର ମାନଙ୍କୁ ଉଦ୍ଧାର କରି ଜଳେଶ୍ଵର ଜିକେ ଭଟ୍ଟର ହସ୍ପିଟାଲକୁ ଆଣିଥିବା ବେଳେ ଏବେ ୨୫ ଜଣକ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ସମସ୍ତ କୃଷି ଶ୍ରମିକ ବେତନଟୀ ଥାନାର ହୋଇଥିବା ପୁଲିସ ସୂତ୍ରରୁ ଜଣାପଡିଛି।

Exit mobile version