Site icon UTKAL PRATIDIN

ଘରେ ବସି ଅର୍ଡର କରିପାରିବେ ମଦ.ଗ୍ରାହକଙ୍କ ପାଇଁ ଅନଲାଇନ ସାଜିବ ମାଧ୍ୟମ|ଦେଶରେ ଚର୍ଚ୍ଚା ସାଉଁଟିଛି ପାଇଲଟ ପ୍ରୋଜେକ୍ଟ

ଘରେ ବସି ଅର୍ଡର କରିପାରିବେ ମଦ

ଗ୍ରାହକଙ୍କ ପାଇଁ ଅନଲାଇନ ସାଜିବ ମାଧ୍ୟମ

ଉପଭୋକ୍ତାଙ୍କ ପାଇଁ ଖୁସି ଖବର,ଏଣିକି ଖୁବଶୀଘ୍ର ଅନଲାଇନରେ ମିଳିବ ମଦ|ଘରେ ବସି ମଦ ଅର୍ଡର କରିପାରିବେ ଉପଭୋକ୍ତା, ଏନେଇ ଦେଶରେ ବେଶ ଚର୍ଚ୍ଚାରେ ରହିଛି ପାଇଲଟ୍ ପ୍ରୋଜେକ୍ଟ| ସ୍ୱିଗି,ବିଗ୍,ବାସ୍କେଟ୍,ଜମାଟୋ ଏବଂ ବ୍ଲିଙ୍କିଟ୍ ଆପରେ ମିଳି ପାରିବ ମଦ|କିଙ୍ଗଫିସର୍ ଏବଂ ଏବି ଇନବେଭ ସମେତ ଅନେକ ମଦ କମ୍ପାନୀ ଏହି ଦିଗରେ ଉଦ୍ୟମ ଜାରି ରଖିଛନ୍ତି |

କମ୍ପାନିଗୁଡ଼ିକ ରାଜ୍ୟଗୁଡିକରେ ଘରୋଇ ମଦ ଯୋଗାଇବାକୁ ସଂପୂର୍ଣ୍ଣ ରୂପେ ସମର୍ଥନ କରିଛନ୍ତି |କିନ୍ତୁ ପ୍ରଥମ ପର୍ଯାୟରେ ବିୟର ୱାଇନ ଏବଂ କମ୍ ଆଲକୋହଲ ଥିବା ମଦ ଡେଲିଭେରି ବିଷୟରେ ଆଲୋଚନା ହୋଇଛି |ମଦ କମ୍ପାନୀ ଗୁଡ଼ିକ ଏ ବିଷୟରେ ସରକାରଙ୍କ ଅନୁମତିକୁ ଅପେକ୍ଷା କରିଛନ୍ତି |ମହାମାରୀ କରୋନା ସମୟରେ ଅନଲାଇନ ମାଧ୍ୟମରେ ମଦ ଯୋଗାଣ ହୋଇଥିଲା | ମାତ୍ର ୪ଟି ରାଜ୍ୟରେ ଘରେ ମଦ ଯୋଗାଣ ପାଇଁ ସରକାର ଅନୁମତି ଦେଇଥିଲେ |

Exit mobile version