
ଶନିବାର ଅର୍ଥାତ ଆଜି ସକାଳ ୧୦ଟା ବେଳେ ପୋଖରୀରେ ବୁଡିଯାଇ ଜଣେ ବୃଦ୍ଧା ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତ ଚାଷୀ ଜଣକ ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ବେତଝରି ଗ୍ରାମର ଫାଗୁ ମାଝୀ(୬୫) ବୋଲି ଜଣା ପଡ଼ିଛି।ସୂଚନା ଅନୁଯାୟୀ ଫାଗୁ ନୀତିଦିନ ଭଳି ଆଜି ବି ନିଜ ଧାନ ବିଲକୁ କାମ କରିବାକୁ ଯାଇଥିଲେ ଏବଂ କାମ ସାରିବା ପରେ ଗ୍ରାମ ନିକଟରେ ଥିବା ପଣସଡ଼ିହା ଗ୍ରାମର ଏକ ପୋଖରୀକୁ ଗାଧୋଇବାକୁ ଯାଇଥିଲେ।
ବୃଦ୍ଧା ଜଣକ ପୋଖରୀରେ ଗାଧୋଉ ଥିବା ସମୟରେ ଗଭୀର ପାଣିରେ ବୁଡି ଯାଇଥିଲେ। ସେହି ସମୟରେ ପୋଖରୀରେ ଗାଧୋଉ ଥିବା କେତେକ ସ୍ତ୍ରୀ ଲୋକ ତାଙ୍କୁ ପାଣିରେ ବୁଡିଯିବାର ଦେଖି ପାଟି କରିଥିଲେ ଏବଂ ପାଟି ଶୁଣି ପାଖରେ ଥିବା ଅନ୍ୟ ଲୋକମାନେ ଧାଇଁ ଆସି ବୁଡି ଯାଇଥିବା ବୃଦ୍ଧଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ।
ପରେ ଏହି ଘଟଣା ବିଷୟରେ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା l ବିଭାଗର କର୍ମଚାରୀ ମାନେ ବୁଡି ଯାଇଥିବା ବୃଦ୍ଧଙ୍କୁ ପାଣି ଭିତରୁ ଉଦ୍ଧାର କରି ଚିକିତ୍ସା ପାଇଁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୁଲିସ କେସ୍ ନଂ ୧୬/୨୦୨୩ରେ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ କରୁଛନ୍ତି।03:28 PM