
ଖୁବ ଶୀଘ୍ର ଆସିପାରେ ଜିଓର ୫ଜି ଫୋନ୍ ଏଇ ମାସ୍ ଶେଷ ସୁଦ୍ଧା ଭାରତରେ ଲଞ୍ଚ୍ ହୋଇପାରେ ଜିଓର ୫ଜି ଫୋନ୍ । ଶସ୍ତା ସହ ଫିଚର୍ସ ଓ ସ୍ପେସିଫିକେସନ୍ସରେ ଜବରଦସ୍ତ ହେବ ଏହି ଫୋନ୍ ବୋଲି କୁହାଯାଉଛି । ଏହି ଫୋନରେ ୪ ଜିବି ରାମ୍ ସହିତ ଅନେକ ଦମଦାର ଫିଚର୍ସ ମିଳିବ । ଆସନ୍ତା ୨୮ ତାରିଖରେ ରିଲାଏନ୍ସ ନିଜର ୪୬ତମ ବାର୍ଷିକ ସାଧାରଣ ବୈଠକର ଆୟୋଜନ କରିବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ରିଲାଏନ୍ସ ଚେୟାରମ୍ୟାନ ମୁକେଶ ଅମ୍ବାନୀ କିଛି ବଡ଼ ଘୋଷଣା କରିପାରନ୍ତି ବୋଲି ଆଶା ରଖାଯାଇଛି । ଏଥିରେ ସେ ଭବିଷ୍ୟତରେ ଆସିବାକୁ ଥିବା ଜିଓ ୫ଜି ଫୋନ ଓ ଜିଓ ୫ଜି ପ୍ଲାନସ ଉପରୁ କିଛି ପରଦା ହଟାଇ ପାରନ୍ତି । ଜିଓ ୫ଜି ଫୋନକୁ ନେଇ ପୂର୍ବରୁ କିଛି ସଙ୍କେତ ମିଳିସାରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏନେଇ କିଛି ସ୍ପଷ୍ଟ ହୋଇନାହିଁ । ବର୍ତ୍ତମାନ ସୁଦ୍ଧା ଏହି ଜିଓ ଫୋନ ୫ଜିର ମୂଲ୍ୟ ବିଷୟରେ କିଛି ତଥ୍ୟ ସାମ୍ନାକୁ ଆସିନାହିଁ କି ଏହାର ପ୍ରାଇସ ସେଗମେଣ୍ଟ ବିଷୟରେ କିଛି ଖୁଲାସା କରାଯାଇନାହିଁ । ତେବେ କିଛି ମିଡ଼ିଆ ରିପୋର୍ଟସ ମୁତାବକ, ଏହି ଫୋନ ୮ ରୁ ୧୦ ହଜାର ମୂଲ୍ୟ ମଧ୍ୟରେ ରହିପାରେ ବୋଲି ସୂଚନା ମିଳିଛି । ଏପରିକି ଏହାର ମୂଲ୍ୟ ୧୫ ହଜାର ମଧ୍ୟରେ ରହିବ ବୋଲି ମଧ୍ୟ କିଛି ରିପୋର୍ଟରେ କୁହାଯାଇଛି । ଅନ୍ୟ ଅନେକ କମ୍ପାନୀର ଫୋନ ଏବେ ବଜାରରେ ଏହି ମୂଲ୍ୟରେ ଉପଲବ୍ଧ ରହିଛି l ତଥାପି କୁହ ଯାଉଛି ଯେ ଏହି ଫୋନ ସବୁଠାରୁ ଶସ୍ତା ୫ଜି ଫୋନ ହେବ । ଏଥିରେ ୪ଜିବି ରାମ ରହିବା ସହ ସ୍ନାପଡ୍ରାଗନ ପ୍ରସେସର ମଧ୍ୟ ଦେଖିବାକୁ ମିଳିବ । ଏହାର ପ୍ରୋସେସର ସ୍ନାପଡ୍ରାଗନ ୪୮୦ ପ୍ଲସ ହୋଇପାରେ । ଏହି ୫ଜି ଫୋନରେ ୬.୫ ଇଞ୍ଚର ଏଚଡି ପ୍ଲସ ଏଲସିଡି ଡିସପ୍ଲେ ଦିଆଯାଇପାରେ । ଏଥି ସହିତ ୯୦ ଏଚଜେଡ ରିଫ୍ରେଶ ରେଟସ ମଧ୍ୟ ମିଳିବ, ଯାହା ଗେମିଂ ଏକ୍ସପିରିୟନ୍ସକୁ ଉନ୍ନତ କରିବ । ଏ