
ଲୋକସେବା ଭବନରେ ଆଯୋଜିତ ଶ୍ରୀ ଅନ୍ନ ଓ ବିସ୍ତୃତ ଖାଦ୍ୟ ସମ୍ମିଳନୀର ଉଦଘାଟନୀ ଉତ୍ସବରେ ଗୁରୁତ୍ୱପୂର୍ଣ ବାର୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମାର୍ଗଶୀର ମାଣବସା ଗୁରୁବାରରେ ମା ଲକ୍ଷ୍ମୀଙ୍କ ନିକଟରେ ମାଣ୍ଡିଆ ଭୋଗ ଲଗାନ୍ତୁ। ଏହାସହ ମାଣ୍ଡିଆରେ ବିଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତ କରି ପରିବାର ଲୋକଙ୍କୁ ପରଷିବାକୁ ସମସ୍ତ ମା ମାନଙ୍କୁ କରିଛନ୍ତି ଅନୁରୋଧ ।
ରାଜ୍ୟ ସରକାର ସମସ୍ତଙ୍କ ଥାଳିରେ ମାଣ୍ଡିଆ ପହଞ୍ଚେଇବାକୁ ଲକ୍ଷ ରଖିଛନ୍ତି ।ମାଣ୍ଡିଆ ଉତ୍ପାଦନ ଓ ବିକ୍ରିବଟା ପାଇଁ ଗୁରୁତ୍ଵ ଦେଉଛନ୍ତି ସରକାର। ମାଣ୍ଡିଆର ଚାହିଦା ବୃଦ୍ଧି ସହ ଚାଷୀ କିପରି ଆଗ୍ରହ ପ୍ରକାଶ କରିବ ସେ ନେଇ ଯୋଜନା ହେଉଛି। ଆଗକୁ ରପ୍ତାନି ବ୍ୟବସ୍ଥା ବି କରାଯିବ। ଖାଦ୍ୟ ପ୍ରସ୍ତ୍ରୁତିର ଶୈଳୀ ବଦଳିବା ସହ ବାଜରା, ଜୱାର ଓ ମାଣ୍ଡିଆ ପ୍ରତ୍ୟକ ଘରେ ଆଦୃତ ହୋଇଛି। ଶ୍ରୀ ଅନ୍ନ ସୁପର ଫୁଡର ମାନ୍ୟତା ପାଇଛି ବୋଲି ଶ୍ରୀ ଅନ୍ନ ଓ ବିସ୍ତୃତ ଖାଦ୍ୟ ସମ୍ମିଳନୀରେ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।