
ଡିଏନଏ ରିପୋର୍ଟ ଦେଇପାରିବ କି ଦୀପିକାଙ୍କୁ ନ୍ୟାୟ! ନିଜର ପିଲା କଥା ଭାବି ଦୀପିକାଙ୍କୁ ନିଜର କରିବେ କି ଦିନେଶ ? ଏହି ପ୍ରଶ୍ନ ଏବେ ଉଙ୍କି ମାରୁଛି। କେବେ ନ୍ୟାୟ ମିଳିବ ଦୀପିକାଙ୍କୁ? ଧାରଣାରେ ବସିଛନ୍ତି ଦୀପିକା । ବ୍ରହ୍ମପୁରର ଦେଶୀବେହେରା ସାହିରେ ପ୍ରେମିକ ଦିନେଶଙ୍କ ଘର ଆଗରେ ଏମିତି ଧାରଣାରେ ବସିଛନ୍ତି ଦୀପିକା । ତେବେ ଏଯାଏଁ ତାଙ୍କୁ ନ୍ୟାୟ ମିଳିନାହିଁ । ୪ ବର୍ଷ ହେବ ଏପରି ହଇରାଣ ହେଉଛନ୍ତି ବୋଲି ସେ କହିଛନ୍ତି । ତେବେ ଏଯାଏଁ ତାଙ୍କୁ ନ୍ୟାୟ ମିଳିନାହିଁ । ଡିଏନଏ ରିପୋର୍ଟ ଆସିଲା ପରେ ତାଙ୍କ ସାଥୀ , ଘର ପାଖ ଲୋକେ ତାଙ୍କ ସହ ଅଛନ୍ତି ବୋଲି ସେ କହିଛନ୍ତି । ଶୀଘ୍ର ନ୍ୟାୟ ପାଇବା ପାଇଁ ସେ ମାନ୍ୟବର କୋର୍ଟଙ୍କୁ ଅପିଲ କରିଛନ୍ତି । ଡିଏନଏ ରିପୋର୍ଟରେ ସ୍ପଷ୍ଟ ଲେଖା ହୋଇଛି ଯେ, ଜନ୍ମିତ ଶିଶୁର ବାୟୋଲୋଜିକାଲ ପ୍ୟାରେଣ୍ଟ ହେଉଛନ୍ତି ଦିନେଶ ଓ ଦୀପିକା । ଦୀପିକା ଗୁରୁବାର ଥାନାରୁ ସାର୍ଟି ଫାଏଡ୍ କପି ଆଣିଥିଲେ । ରାଜ୍ୟ ଫରେନ୍ସିକ ଲାବ ପକ୍ଷରୁ ଏହି ରିପୋର୍ଟ ୨୦୨୨ରେ ପ୍ରସ୍ତୁତ ହୋଇଥିଲା । ୨୦୨୨ରେ ଏହି ରିପୋର୍ଟକୁ ଏସଡିଯେଏମ , ବ୍ରହ୍ମପୁର ଏସପି ଓ ଟାଉନ ଥାନାକୁ ଏହି ରିପୋର୍ଟ ପ୍ରଦାନ କରିଥିଲା ଏସଏଫଏସଏଲ । ଦୀର୍ଘ ଦିନ ପରେ ପୁଣି ଥରେ ନ୍ୟାୟ ପାଇବା ପାଇଁ ପ୍ରେମିକଙ୍କ ଘର ବାରଣ୍ଡାରେ ଧାରଣାରେ ବସିଛନ୍ତି ବ୍ରହ୍ମପୁରର ଦୀପିକା । ହାଇକୋର୍ଟରେ ମାମଲା ବିଚାରଧୀନ ଥିବାବେଳେ ନ୍ୟାୟ ମିଳିବାରେ ବିଳମ୍ବ ହେବାରୁ ପୁଣିଥରେ ବ୍ରହ୍ମପୁର ଦେଶୀବେହେରା ସାହିରେ ପ୍ରେମିକ ଦିନେଶଙ୍କ ଘର ଆଗରେ ଧାରଣା ଦେଇଛନ୍ତି ଦୀପିକା । ତେବେ କେବେ ଦୀପିକାଙ୍କୁ ନ୍ୟାୟ ମିଳିବ ସେ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି l
