Site icon UTKAL PRATIDIN

କିପରି ହୋଇଥିଲା ଡିଜେ ଆଜେକ୍ସଙ୍କ ମୃତ୍ୟୁ ! ଆସିଲା ରିପୋର୍ଟ

Thumbnail-157-1

ଓଡିଆ ଡିଜେ ଆଜେକ୍ସଙ୍କ ମୃତ୍ୟୁ ଘଟଣା । ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ । ଶ୍ୱାସରୁଦ୍ଧ ହୋଇ ଅକ୍ଷୟଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । କେବଳ ସେତିକି ନୁହେଁ ଆଜେକ୍ସଙ୍କ ବେକରେ ଦଉଡିର ଦାଗ ରହିଛି । ପୋଲିସକୁ ସିଡିଆର ରିପୋର୍ଟ ହସ୍ତଗତ କରାଯାଇଛି । ସେପଟେ, ଆଜି ପ୍ରେମିକା ଏବଂ ତାଙ୍କ ସାଙ୍ଗକୁ ଡାକି ପୋଲିସ ବୟାନ ରେକର୍ଡ କରିବା ନେଇ ସୂଚନା ରହିଛି ।

ଶନିବାର ସଂଧ୍ୟାରେ ଆଜେକ୍ସ ଆତ୍ମହତ୍ୟା କରିଥିବା ଜଣାପଡ଼ିବା ପରେ ଏହା ପଛରେ ତାଙ୍କ ପ୍ରେମିକା ଓ ପୁରୁଷବନ୍ଧୁ ରହିଥିବା ପରିବାର ଲୋକ ଅଭିଯୋଗ କରିଥିଲେ ।ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ଗତ ୧୭ ତାରିଖରେ ଆଜେକ୍ସଙ୍କ ବାନ୍ଧବୀଙ୍କୁ ବାରମ୍ବାର କଲ୍‌ କରିଥିଲେ ଆଜେକ୍ସ। ଆଜେକ୍ସ ତାଙ୍କ ବାନ୍ଧବୀଙ୍କୁ ଚାଟ୍‌ରେ ଲେଖିଥିଲେ ଟଙ୍କା, ସୁନା ସବୁ ପାଇବ ହେଲେ ମୋତେ ଆଉ ପାଇବନି । ତେବେ ଆଜେକ୍ସଙ୍କ ଏଭଳି ଚାଟ୍‌ ପୋଲିସ ହସ୍ତଗତ ହୋଇଛି । ଯାହାକୁ ନେଇ ପୋଲିସ ସନ୍ଦେହ ଦୂର ହୋଇଛି ।

ସେପଟେ ପ୍ରେମିକା ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ଆଜି ଜେରା ହେବା ନେଇ ସୂଚନା ରହିଛି । ଅନ୍ତରଙ୍ଗ ଫଟୋ,ଭିଡିଓ ଓ ବ୍ଲାକମେଲ ନେଇ ଜେରା କରିପାରେ ପୋଲିସ । ଗତକାଲି ଏ ସମ୍ପର୍କରେ ପରିବାର ସଦସ୍ୟଙ୍କ ବୟାନ ରେକର୍ଡ କରିଥିଲା ପୋଲିସ । ବ୍ଲାକମେଲ କରାଯାଉଥିବା ଭିଡିଓକୁ ନେଇ ସନ୍ଦେହ ଘେରରେ ରହିଛନ୍ତି ତାଙ୍କ ପ୍ରେମିକା । ତେବେ ଅଧିକ ତଦନ୍ତ ହେବା ପରେ ଏହି ମୃତ୍ୟୁର ରହସ୍ୟ ଉପରୁ ପରଦା ହଟିବ।

Exit mobile version