ଚନ୍ଦ୍ରାୟଣ-୩ ର ପ୍ରଜ୍ଞାନ ରୋଭର ବର୍ତ୍ତମାନ ଚନ୍ଦ୍ର ପୃଷ୍ଠରେ ବୁଲୁଛି, ଇସ୍ରୋ କୁ ତଥ୍ୟ ପଠାଉଛି l ଏହି ସମୟରେ, ଚନ୍ଦ୍ର ସହ ଜଡିତ ଏକ ଖବର ସାମ୍ନାକୁ ଆସିଛି l ଯାହାକି ଲୋକଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ l
ବାସ୍ତବରେ, ଆସନ୍ତାକାଲି ଅର୍ଥାତ୍ ଅଗଷ୍ଟ ୩୦ ରେ, ଏକ ନୀଳ ସୁପରମୁନ୍ ଆକାଶରେ ଦେଖାଯିବ ବୋଲି ସୂଚନା ମିଳିଛି l ଯାହା ଚଳିତ ବର୍ଷ ଏପର୍ଯ୍ୟନ୍ତ ଦେଖାଯାଇଥିବା ସବୁଠୁ ବଡ ଚନ୍ଦ୍ର ହେବ l ଏହି ସମୟରେ ଚନ୍ଦ୍ରର ଆକାର ପ୍ରତ୍ୟେକ ଦିନ ତୁଳନାରେ ୭ ପ୍ରତିଶତ ଅଧିକ ହେବ l ଏହାସହ ଏହା ସାଧାରଣ ଅପେକ୍ଷା ୧୬ ପ୍ରତିଶତ ଉଜ୍ଜ୍ୱଳ ଦେଖାଯିବ l
ସୂଚନା ଅନୁଯାୟୀ, ଏହି ପ୍ରକାର ଦୃଶ୍ୟ ଯଥା ବ୍ଲୁ ସୁପରମୁନ୍ ପ୍ରତ୍ୟେକ ମାସ କିମ୍ବା ପ୍ରତିବର୍ଷ ଦୃଶ୍ୟମାନ ହୁଏ ନାହିଁ l ଏହା ପ୍ରତି ୨ ବର୍ଷ କିମ୍ବା ୩ ବର୍ଷ ରେ ଦେଖାଯାଏ l ଯଦି ଆପଣ ଏହି ମୁହୂର୍ତ୍ତ ଦେଖିବାକୁ ହାତ ଛଡା କରନ୍ତି ତାହାଲେ ଆପଣଙ୍କୁ ଆହୁରି ୩ ବର୍ଷ ଅପେକ୍ଷା କରିବାକୁ ପଡିବ l କାରଣ ଏହି ବ୍ଲୁ ସୁପରମୁନ୍ ପରେ ୨୦୨୬ ରେ ଦେଖାଯିବ l ଏହାପୂର୍ବରୁ ୨୦୧୮ ରେ, ବ୍ଲୁ ସୁପରମୁନ୍ ର ଦୃଶ୍ୟ ସାରା ବିଶ୍ୱରେ ଦେଖାଯାଇଥିଲା l ତା’ପରେ ଚନ୍ଦ୍ର ପୃଥିବୀଠାରୁ ୩,୫୭,୫୪୦ କିଲୋମିଟର ଦୂରରେ ଆସିଥିଲା l ଅଗଷ୍ଟ 30 ରେ, ଚନ୍ଦ୍ର-ପୃଥିବୀର ଦୂରତା ୩,୫୭,୩୪୪ କିଲୋମିଟର ହୋଇଯିବ ବୋଲି କୁହାଯାଉଛି l ସୂତ୍ର ରୁ ପ୍ରକାଶ ଯେ ଆସନ୍ତାକାଲି ଦେଖାଯାଇଥିବା ଚନ୍ଦ୍ର ନୀଳ ରଙ୍ଗରେ ନୁହେଁ ବରଂ କମଳା ରଙ୍ଗରେ ରହିବ l
ବାସ୍ତବରେ, ମହାକାଶରେ ଘଟୁଥିବା ଜ୍ୟୋତିର୍ବିଜ୍ଞାନ ଘଟଣା ହେତୁ ଚନ୍ଦ୍ରର ଆକାର, ଏହାର ରଙ୍ଗ ବଦଳିବାରେ ଲାଗେ l ଏହି ଘଟଣା ଯୋଗୁଁ ଅମାବାସ୍ୟା, ପୂର୍ଣ୍ଣଚନ୍ଦ୍ର, ସୁପର ଚନ୍ଦ୍ର, ନୀଳ ଚନ୍ଦ୍ରର ଦୃଶ୍ୟ ଦେଖିବାକୁ ମିଳେ l ଉଲ୍ଲେଖନୀୟ ଯେ ପ୍ରତି ୨ କିମ୍ବା ୩ ବର୍ଷରେ ଦେଖାଯାଉଥିବା ନୀଳ ଚନ୍ଦ୍ର ଆକାରରେ ସାମାନ୍ୟ ବଡ ଏବଂ ଏହାର ରଙ୍ଗ ମଧ୍ୟ ଭିନ୍ନ ଅଟେ l ବ୍ୟାଖ୍ୟା କରାଯାଉଛି ଯେ, ଯେତେବେଳେ ଗୋଟିଏ ମାସରେ ଦୁଇଟି ପୂର୍ଣ୍ଣିମା ଥାଏ, ତେବେ ଦ୍ୱିତୀୟ ପୂର୍ଣ୍ଣିମା ଏକ ନୀଳ ଚନ୍ଦ୍ର ଅଟେ l ନାସା ଅନୁଯାୟୀ, ଏହି ସମୟ ମଧ୍ୟରେ ଚନ୍ଦ୍ର ସାଧାରଣ ଦିନ ଅପେକ୍ଷା ଉଜ୍ଜ୍ୱଳ ଦେଖାଯାଏ । ଚନ୍ଦ୍ର ପୂର୍ଣ୍ଣ ହେଲେ ଏହି ଘଟଣା ଘଟେ l ଏହି ସମୟରେ ଚନ୍ଦ୍ର ପୃଥିବୀ ନିକଟକୁ ଆସେ l