ପବିତ୍ର ଶ୍ରବଣ ମାସର ଦ୍ୱିତୀୟ ସୋମବାରରେ ଚଳଚଞ୍ଚଳ ହୋଇଉଠିଛି ସମସ୍ତ ଶୈବ ପୀଠ।କେବଳ ଓଡ଼ିଶାରେ ନୁହେଁ ଦେଶବ୍ୟାପୀ ଶ୍ରଦ୍ଧାଳୁ ମାଙ୍କ ପ୍ରବଳ ଭିଡ ଲାଗି ରହିଛି। ହଜାର ହଜାର ମାନସିକଧାରୀ କାଉଡିଆମାନେ ଖାଲିପାଦରେ ପାଣି ନେଇ ମହାଦେବଙ୍କୁ ଜଳଲାଗି କରିବାକୁ ଯାଇଥାନ୍ତି ।ବିଶ୍ୱାସ ରହିଛି ଯେ ଶ୍ରବଣ ମାସ ଶିବଙ୍କର ପ୍ରିୟ ମାସ ହୋଇଥିବାରୁ ନିଷ୍ଠାର ସହ ଏହି ବ୍ରତ ପାଳନ କଲେ ମାନସିକ ପୂରଣ ହୋଇଥାଏ । ଭୁବନେଶ୍ୱରର ଆରାଧ୍ୟ ଦେବ ପ୍ରଭୁ ଲିଙ୍ଗରାଜ କଟକର ଧବଳେଶ୍ୱର, ଭଦ୍ରକର ଆଖଣ୍ଡଳମଣି ବାବାଙ୍କ ସମେତ ଅନେକ ଶୈବ ପୀଠରେ ଭିଡ ଦେଖିବାକୁ ମିଳିଛି ।
ନିଷ୍ଠା ଓ ଭକ୍ତିର ସହ ବ୍ରତ ପାଳନ କଲେ ମାନସିକ ପୂରଣ ହୁଏ ବୋଲି ବିଶ୍ୱାସ ରହିଛି ।ସେଥିପାଇଁ ଶ୍ରବଣ ମାସ ସାରା ଶୈବ ପୀଠରେ ଶ୍ରଦ୍ଧାଳୁ ମାନଙ୍କର ଭିଡ ଲାଗି ରହିଥାଏ ।ଅନ୍ୟପଟେ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଶୈବ ପୀଠ ଗୁଡିକରେ ପୁଲିସ ଓ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡୀ କରାଯାଇଛି ।
କାଉଡିଆଙ୍କ ଭିଡରେ ଚଳଚଞ୍ଚଳ ଭୋଳାବାବାଙ୍କ ପୀଠ

