
ଭୁବନେଶ୍ୱର: ନବୀକରଣ ହେବ ଦେଶର ଅନେକ ରେଳ ଷ୍ଟେସନ l ସୂଚନା ମୁତାବକ ଦେଶର ୫୦୮ଟି ରେଳ ଷ୍ଟେସନ ନବୀକରଣ କରାଯିବ । ଏଥିରେ ରହିଛି ଓଡ଼ିଶାର ୨୫ ଟି ଷ୍ଟେସନ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଶିଳାନ୍ୟାସ କରିବେ । ଅଗଷ୍ଟ ୬ ତାରିଖରେ ଭିଡିଓ କନଫରେନ୍ସିଂ ଯୋଗେ ଷ୍ଟେସନର ନବୀକରଣ ପାଇଁ ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିବେ ।ଅମୃତ ଭାରତ ଷ୍ଟେସନ ଯୋଜନା ଅଧିନରେ ଏସବୁ ରେଲୱେ ଷ୍ଟେସନ ଗୁଡ଼ିକ ନବୀକରଣ ହେବ । ଏଥିପାଇଁ ପ୍ରାୟ ୨୪ ହଜାର ୪୭୦ କୋଟି ଟଙ୍କା ଖର୍ଚ୍ଚ କରିବେ କେନ୍ଦ୍ର ସରକାର ।ସେଥିମଧ୍ୟରୁ ଓଡ଼ିଶାର ୨୫ ଟି ରେଳ ଷ୍ଟେସନର ନବୀକରଣ ଲାଗି ଖର୍ଚ୍ଚ ହେବ ୫୭୭.୭ କୋଟି ଟଙ୍କା । ଇଷ୍ଟକୋଷ୍ଟ ରେଲୱେ ଅଧିନରେ ଥିବା ସାକ୍ଷୀଗୋପାଳ, ମଞ୍ଚେଶ୍ୱର, ଢେଙ୍କାନାଳ, ଛତ୍ରପୁର, ଅନୁଗୁଳ, ପଲାସା, ମେରାମୁଣ୍ଡଳୀ, ବାଲୁଗାଁ, ଲିଙ୍ଗରାଜ ମନ୍ଦିର ରୋଡ୍, ତାଳଚେର ରୋଡ୍, ଖୋର୍ଦ୍ଧା ରୋଡ୍, କଣ୍ଟାବାଞ୍ଜି, ବରଗଡ଼ ରୋଡ୍, ହୀରାକୁଦା, ରେଢାଖୋଲ, ବରପାଲି, ମୁନିଗୁଡ଼ା, ବଲାଙ୍ଗିର, ହରିଶଙ୍କର ରୋଡ୍, ମହାସମୁନ୍ଦ, ଭବାନୀପାଟଣା, ଖରିଆର୍ ରୋଡ୍, ବିଜୟାନଗରମ୍ ଓ ଦାମନଯୋଡ଼ି ଷ୍ଟେସନର ନବୀକରଣ କରାଯିବ ।ଏହା ବ୍ୟତୀତ ଉତ୍ତରପ୍ରଦେଶ ଓ ରାଜସ୍ଥାନ ୫୫ ଟି ଲେଖାଏଁ ରେଲୱେ ଷ୍ଟେସନ, ବିହାରର ୪୯ ଟି, ମହାରାଷ୍ଟ୍ରର ୪୪ ଟି, ପଶ୍ଚିମବଙ୍ଗର ୩୭ ଟି, ମଧ୍ୟପ୍ରଦେଶର ୩୪ ଟି, ଆସାମର ୩୨ଟି, ପଞ୍ଜାବର ୨୨ ଟି, ଗୁଜରାଟ ଓ ତେଲଙ୍ଗାନାର ୨୧ ଟି ଲେଖାଏଁ, ଝାଡ଼ଖଣ୍ଡର ୨୦ ଟି ଷ୍ଟେସନର ଉନ୍ନତିକରଣ ହେବ।