
ବାଲେଶ୍ୱର : ଓଏସଏସସି ପ୍ରଶ୍ନପତ୍ର ଲିକ୍ ମାମଲାର ଚେର ବୋହୁଦୂର ଯାଏଁ ଲମ୍ବିଛି । ଏହି ପ୍ରଶ୍ନପତ୍ର ଲିକ୍ ମାମଲାରେ ଆଉ ୮ ଜଣ ଦଲାଲଙ୍କୁ ଆଜି ଗିରଫ କରିଛି ପୋଲିସ । ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ୮ ଜଣଙ୍କୁ ବାଲେଶ୍ୱର ପୋଲିସ ଗିରଫ କରିଥିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି । ଘଟଣାକୁ ନେଇ ଆହୁରି ଅଧିକରୁ ଅଧିକ ତଦନ୍ତ ଜାରି ରଖିଛି ପୋଲିସ । ପୂର୍ବରୁ ଏହି ମାମଲାରେ ୧୭ ଜଣଙ୍କୁ ଗିରଫ କରାଯାଇଥିଲା । ହେଲେ ବର୍ତ୍ତମାନ ଆଉ ୮ଜଣଙ୍କୁ ପୋଲିସ ଗିରଫ କରିବା ପରେ ଏହି ଘଟଣାରେ ମୋଟ ୨୫ ଜଣ ଗିରଫ ହୋଇସାରିଛନ୍ତି ।
ଏହି ଓଏସଏସସି ପ୍ରଶ୍ନପତ୍ର ଲିକ ମାମଲା ଓଡ଼ିଶାରେ ସୀମିତ ହେଇ ରହିନାହିଁ l ଏହାର ଚେର ଓଡିଶା ବାହାର ଯାଏଁ ବ୍ୟାପିଥିବା ପୂର୍ବରୁ ସୂଚନା ମିଳିସାରିଛିl କାରଣ ନିକଟରେ ଏହି ଓଏସଏସସି ଜେଇ ସିଭିଲ୍ ମେନ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାରେ ମାଷ୍ଟରମାଇଣ୍ଡକୁ ଗିରଫ କରାଯାଇଥିଲା । ବିହାରରୁ ମାଷ୍ଟରମାଇଣ୍ଡକୁ ଗିରଫ କରିଥିଲା ବାଲେଶ୍ୱର ପୋଲିସ । ଖାଲି ମାଷ୍ଟରମାଇଣ୍ଡ ନୁହେଁ ତା’ ସହିତ ଅନ୍ୟ ୭ ଅଭିଯୁକ୍ତଙ୍କୁ ମଧ୍ୟ ବିହାରରୁ ଗିରଫ କରାଯାଇଥିଲେ । ଏହା ପୂର୍ବରୁ ଦୀଘାରୁ ମଧ୍ୟ ୯ ଜଣଙ୍କୁ ପୋଲିସ ଗିରଫ କରିଥିଲା ।