Site icon UTKAL PRATIDIN

ଇ-ଯାନରେ ମିଳିବ ସବସିଡି!

3

ରାଜ୍ୟରେ ଇ-ଯାନ କିଣିବାକୁ ପ୍ରୋତ୍ସାହନ ଦେଉଥିବା ରାଜ୍ୟ ସରକାର ନିକଟରେ ଏହା ସବ୍‌ସିଡି ବଢ଼ାଇଥିଲେ। ଏହି ବର୍ଦ୍ଧିତ ସବ୍‌ସିଡି ଡିସେମ୍ବର, ୨୦୨୫ ପର୍ଯ୍ୟନ୍ତ ଲାଗୁ ହେବ। ତେବେ ପଛୁଆ ଭାବେ ସେପ୍ଟେମ୍ବର ୨, ୨୦୨୧ରୁ ବର୍ଦ୍ଧିତ ସବ୍‌ସିଡି ଲାଗୁ ହେବ ବୋଲି ବାଣିଜ୍ୟ ଓ ପରିବହନ ବିଭାଗ ସୂଚନା ଦେଇଛି।

ଚଳିତ ଏପ୍ରିଲ ମାସରେ ଇଲେକ୍ଟ୍ରିକ୍‌ ଗାଡ଼ି କିଣିବାକୁ ପ୍ରୋତ୍ସାହନ ଦେବାକୁ ରାଜ୍ୟ ସରକାର ଇ-ଯାନ ଉଫରେ ସବ୍‌ସିଡି ବଢ଼ାଇଥିଲେ। ଦୁଇ ଚକିଆ ଇ-ଯାନ ଉପରେ ୨୦ହଜାର ଟଙ୍କା, ତିନି ଚକିଆ ଯାନରେ ୩୦ହଜାର ଟଙ୍କା ଏବଂ କାର୍‌ରେ ଦେଢ଼ ଲକ୍ଷ ଟଙ୍କା ସବ୍‌ସିଡି ଦିଆଯିବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

ତେବେ ପୂର୍ବରୁ ଯେଉଁମାନଙ୍କୁ କମ୍‌ ସବ୍‌ସିଡି ମିଳିଛି ସେମାନଙ୍କୁ ବର୍ଦ୍ଧିତ ସବ୍‌ସିଡି ଦେବା ପାଇଁ ଆବେଦନ ପୋର୍ଟାଲରେ ସଂଶୋଧନ କରାଯାଉଛି। ଉକ୍ତ ପୋର୍ଟାଲରେ ଗାଡ଼ିର ଡକୁମେଣ୍ଟ ଜମା କଲେ କ୍ରେତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ବାକି ସବ୍‌ସିଡି ପ୍ରଦାନ କରାଯିବ ବୋଲି ରାଜ୍ୟ ସରାକର ସୂଚନା ଦେଇଛନ୍ତି।

ଓଡ଼ିଶା ବୈଦ୍ୟୁତିକ ଯାନ ନୀତି ୨୦୨୧ରେ ୨୦୨୫ ସୁଦ୍ଧା ୨୦ ପ୍ରତିଶତ ବୈଦ୍ୟୁତିକ ଯାନ ଗ୍ରହଣ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ସରକାର ଅଧିକରୁ ଅଧିକ ଲୋକଙ୍କୁ ଇଲେକଟ୍ରିକ୍ ଗାଡ଼ି କିଣିବାକୁ ଉତ୍ସାହିତ କରିବା ଏବଂ ନୀତିକୁ ଅଧିକ ପ୍ରଗତିଶୀଳ କରିବା ପାଇଁ ସବସିଡି ବୃଦ୍ଧି କରିଛନ୍ତି।

Exit mobile version