ବମ୍ବେ : ଶୁକ୍ରବାର ଦିନ ଖୋଲା ଅଦାଲତରେ ନିଜ ପଦରୁ ଇସ୍ତଫା ଘୋଷଣା କରିଛନ୍ତି ବମ୍ବେ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ରୋହିତ ଦେଓ । ସେ ବ୍ୟକ୍ତିଗତ କାରଣ ଯୋଗୁ ଇସ୍ତଫା ଦେଉଛନ୍ତି ବୋଲି କହିଥିଲେ l କିନ୍ତୁ ସେ ତାଙ୍କ ଇସ୍ତଫା ପତ୍ରକୁ ସେ ରାଷ୍ଟ୍ରପତିଙ୍କ ପାଖକୁ ପଠାଇଛନ୍ତି । ନାଗପୁର ପୀଠାସୀନ ବିଚାରପତି ଜଷ୍ଟିସ୍ ରୋହିତ ଦେଓ ଇସ୍ତଫା ପ୍ରଦାନ ସହ ତୁରନ୍ତ କାର୍ଯ୍ୟରୁ ଓହରି ଯାଇଛନ୍ତି। ଆତ୍ମ-ସମ୍ମାନ ରକ୍ଷା ପାଇଁ ସେ ଇସ୍ତଫା ଘୋଷଣା କରିଥିବାର ଜଣାପଡ଼ିଛି।
ସେ ଇସ୍ତଫା ନେବା ପୂର୍ବରୁ କହିଥିଲେ କି ଅଦାଲତରେ ଉପସ୍ଥିତ ସମସ୍ତଙ୍କୁ ମୁଁ କ୍ଷମା ମାଗୁଛି। ଏଥିପାଇଁ ମୁଁ ଆପଣମାନଙ୍କୁ ଗାଳି ଦେଉଥିଲି କାରଣ ମୁଁ ଆପଣମାନଙ୍କର ଭଲ ଚାହୁଁଥିଲି। କାହା ମନରେ ଆଘାତ ଦେବା ମୋର ଉଦ୍ଦେଶ୍ୟ ନଥିଲା। କାରଣ ଆପଣମାନେ ମୋ ପରିବାରର ସଦସ୍ୟ ସଦୃଶ୍ୟ। ମୁଁ ଇସ୍ତଫା ଦେଉଛି, ଏଥିପାଇଁ ମୋତେ କ୍ଷମା କରିଦେବେ। ସ୍ୱାଭିମାନକୁ ବଳି ଦେଇ ମୁଁ କାମ କରିପାରିବି ନାହିଁ।’ ଏମିତି କିଛି ବକ୍ତବ୍ୟ ପରେ ସେ ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି l
ସୂଚନା ଅନୁସାରେ ୨୦୧୭ ମସିହା ଜୁନ୍ରେ ଜଷ୍ଟିସ୍ ରୋହିତ ଦେଓ ବମ୍ବେ ହାଇକୋର୍ଟରେ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ। ଏହା ପୂର୍ବରୁ ସେ ୨୦୧୬ ମସିହାରେ ମହାରାଷ୍ଟ୍ରର ଆଡଭୋକେଟ୍ ଜେନେରାଲ ଥିଲେ । ୨୦୨୫ ମସିହା ଡିସେମ୍ବରରେ ତାଙ୍କର ଅବସର ନେବାର ସମୟ ନିର୍ଦ୍ଧାରିତ ଥିଲା l ହେଲେ ହଟାଥ ସେ ଇସ୍ତଫା ଦେବା ଭଳି ନିଷ୍ପତି ନେବାର ସ୍ପଷ୍ଟ କାରଣ କିଛି ଜଣ ପଡ଼ିନାହିଁ l
ଇସ୍ତଫା ଦେଲେ ବିଚାରପତି ଜଷ୍ଟିସ୍ ରୋହିତ ଦେଓ

