Site icon UTKAL PRATIDIN

ଆସୁଛି ପୁଣି ଏକ ଲଘୁଚାପ : ଉତ୍ତର ଓ ଉପକୂଳରେ ପ୍ରବଳ ଛେଚିବ

images

ଭୁବନେଶ୍ୱର: ବଙ୍ଗୋପସାଗରରେ ପୁଣି ଲଘୁଚାପ। ଉତ୍ତର ଓ ବାଙ୍ଗଲାଦେଶ ନିକଟବର୍ତ୍ତୀ ଅଞ୍ଚଳରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି | ଆଗାମୀ ୨ ଦିନ ମଧ୍ୟରେ ଏହା ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ମୁହାଁ ହେବାର ସମ୍ଭାବନା ରହିଛି।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଏହା ଏବେ ସମୁଦ୍ର ପତ୍ତନଠାରୁ ୭ ଦଶମିକ ୬ କିଲୋମିଟର ଉପରେ ଅଛି । ଏହା ପଶ୍ଚିମ ଓ ଉତର ପଶ୍ଚିମ ଦିଗକୁ ଗତି କରୁଛି । ଦୁଇଦିନ ଭିତରେ ଝାଡଖଣ୍ଡ ଓ ଗ୍ୟାଙ୍ଗେୟ ପଶ୍ଚିମବଙ୍ଗ ଅଞ୍ଚଳ ପହଞ୍ଚି ପରେ ବୋଲି କହିଛି ପାଣିପାଗ ବିଭାଗ। ସୂଚନା ଥାଉ କି, ଏହାକୁ ମିଶାଇ ଗୋଟିଏ ମାସରେ ବଙ୍ଗୋପସାଗରରେ ତୃତୀୟ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି।।

ଲଘୁଚାପ ପ୍ରଭାବରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ତେବେ ଉତ୍ତର ଓଡ଼ିଶା ଏବଂ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ଥିବା ସତର୍କ ସୂଚନା ଦେଇଛି ପାଣିପାଗ ବିଭାଗ।

Exit mobile version