Site icon UTKAL PRATIDIN

ଆସନ୍ତା ଦୁଇ ଦିନ ରାଜ୍ୟରେ ବର୍ଷାର ସମ୍ଭାବନା

photo_6285106329395771196_y

ଆସନ୍ତା ଦୁଇ ଦିନ ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ । ଆଜି ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ସମ୍ବଲପୁର, ଅନୁଗୁଳ, ବଲାଙ୍ଗୀର, ସୋନପୁର, ବୌଦ୍ଧ, କଟକ, ଢେଙ୍କାନାଳ, ଯାଜପୁର, ଭଦ୍ରକ ଓ ବାଲେଶ୍ୱରର କିଛି ସ୍ଥାନରେ ଅଧିକ ବର୍ଷା ହେବାର ସମ୍ଭାବନା ଅଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ସେହିପରି ଆସନ୍ତାକାଲି ଅଗଷ୍ଟ ୨୫ ତାରିଖ ଶୁକ୍ରବାରରେ ନବରଙ୍ଗପୁର, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି ଓ ମୟୂରଭଞ୍ଜରେ ଅଧିକ ବର୍ଷା ସମ୍ଭାବନା ବୋଲି କୁହାଯାଇଛି । ୨୬ ତାରିଖ ମଧ୍ୟ ରାଜ୍ୟର କିଛି ସ୍ଥାନରେ ବର୍ଷାର ସମ୍ଭାବନା ରହିଛି । ତେବେ ଆସନ୍ତା ୩ ଦିନ ଯାଏଁ ଉତ୍ତର ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷାର ପରିମାଣ ବଢିବ । ୭-୧୧ ସେଣ୍ଟିମିଟର ଯାଏଁ ବର୍ଷା ହେବାର ସମ୍ଭାବନା ରହିଛି । ଅନ୍ୟପଟେ ମୌସୁମୀ ଏବେ ଦୁର୍ବଳ ରହିଛି ବୋଲି ମଧ୍ୟ ପାଣିପାଗ ବିଭାଗ ସୂଚନା ଦେଇଛି । ସେହିପରି ୨୭, ୨୮ ଓ ୨୯ ତାରିଖରେ କିଛି ସ୍ଥାନରେ ହାଲୁକା ବର୍ଷା ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଗତକାଲି ହୀରାକୁଦରେ ସର୍ବାଧିକ ୪୩ମିମି ବର୍ଷା ରେକର୍ଡ କରାଯାଇଛି । ସକାଳୁ ସନ୍ଧ୍ୟା ଭିତରେ ଛତ୍ରପୁରରେ ୩୬.୪, ଗୋପାଳପୁରରେ ୧୭.୨, ସୋନପୁରରେ ୧୪.୬, ଭୁବନେଶ୍ୱରରେ ୧୧.୧, ରାଉରକେଲାରେ ୯.୪, ଭବାନୀପାଟଣାରେ ୯.୨ମିମି ବର୍ଷା ହୋଇଛି । ସେପଟେ ରାଜ୍ୟରେ ଅଗଷ୍ଟ ମାସରେ ସ୍ୱାଭାବିକ ବର୍ଷା ରେକର୍ଡ କରାଯାଇଛି । ୧ ଅଗଷ୍ଟ ରୁ , ୨୦ ଅଗଷ୍ଟ ୨୦୨୩ ମଧ୍ୟରେ ରାଜ୍ୟରେ୨୫୩.୨ ମିମି ବର୍ଷା ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା ୨୫୦.୮ ମିମି ତୁଳନାରେ ୧ ପ୍ରତିଶତ ଅଧିକ ରହିଛି, ଯାହାକି ସ୍ୱାଭାବିକ ପରିସର ଭୁକ୍ତ ।

Exit mobile version