
ଆସନ୍ତାକାଲି ମହାପ୍ରଭୁଙ୍କର ବନକଲାଗି ନୀତି ବୁଧବାର ଦିନ ହେବ ମହାପ୍ରଭୁଙ୍କର ବନକଲାଗି ନୀତି । ଅନେକ ଦିନ ଧରି ଜଗତର ନାଥ ଜଗନ୍ନାଥଙ୍କର ଶ୍ରୀମୁଖ ଶିଙ୍ଗାର ହୋଇନଥିବା ବେଳେ ଆସନ୍ତାକାଲି ସବୁ କିଛିର ଅନ୍ତ ହେବାକୁ ଯାଉଛି । ଗତକାଲି ଦ୍ୱିତୀୟ ଭୋଗମଣ୍ଡପ ଶେଷ ହେବା ପରେ ହେବ ବନକଲାଗି ନୀତି ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ନୀଳାଦ୍ରି ବିଜେ ପରଠାରୁ ହୋଇନଥିଲା ମହାପ୍ରଭୁଙ୍କର ବନକ ଲାଗି ନୀତି, ଏହାକୁ ନେଇ ଶ୍ରଦ୍ଧାଳୁ ବହୁ ବ୍ୟଥିତ ମଧ୍ୟ ଥିଲେ । ମହାପ୍ରଭୁଙ୍କର ବନକଲାଗି ବୁଧବାର ଅବା ଗୁରୁବାର, ହେବ ହେବ ବୋଲି ଦ୍ୱନ୍ଦ୍ୱ ଲାଗି ରହିଥିଲା । ତେବେ ପରେ ବୁଧବାର ହେବ ବୋଲି ନିଷ୍ପତ୍ତି ନିଯାଇଥିଲା l ସୂଚନାଯୋଗ୍ୟ ବୁଧବାର ଦିନ ପ୍ରଶାସନ ପକ୍ଷରୁ ବନକଲାଗି ନୀତି କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ହେଲେ ଦତ୍ତମହାପାତ୍ର ନିଯୋଗର ସମ୍ପାଦକ ମଦନମୋହନ ଦତ୍ତ ଗୁରୁବାର ବନକଲାଗି କରିବେ ବୋଲି ଜିଦ୍ ଧରି ବସିଥିଲେ l ସତ୍ତ୍ୱଲିପିରେ ଗୁରୁବାର ବନକଲାଗି ବା ଶ୍ରୀମୁଖ ଶିଙ୍ଗାର କରାଯିବା ବିଧି ରହିଛି ବୋଲି ମଦନମୋହନ ଦତ୍ତ କହିଥିଲେ । ଶ୍ରୀମନ୍ଦିର ପ୍ରଶାସନ ଓ ଦତ୍ତମହାପାତ୍ର ସେବାୟତ ନିଯୋଗ ମଧ୍ୟରେ ଏଭଳି ବିବାଦ ଯୋଗୁଁ ନୀଳାଦ୍ରି ବିଜେ ପରଠାରୁ ମହାପ୍ରଭୁଙ୍କର ଶ୍ରୀମୁଖ ଶିଙ୍ଗାର କରାଯାଇନାହିଁ । ଫଳରେ ଶ୍ରୀମନ୍ଦିର ଆସୁଥିବା ଅଗଣିତ ଭକ୍ତ ପ୍ରଭୁଙ୍କ ମଳିନ ମୁଖକୁ ଦର୍ଶନ କରି ଫେରିବା ସହ ଏହାକୁ ନେଇ ଭକ୍ତ ମହଲରେ କ୍ଷୋଭ ପ୍ରକାଶ ପାଇଥିଲା ।