Site icon UTKAL PRATIDIN

ଆର ମାଧବନ ହେବେ FTIIର ନୂଆ ସଭାପତି !

WhatsApp Image 2023-09-02 at 17.29.42

ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରୀରେ ନିଜର ଅତୁଳନୀୟ ଅଭିନୟକୁ ନେଇ ପରିଚିତ ଆର୍ ମାଧାବନ । ଭିନ୍ନ ଧରଣର ଫିଲ୍ମ କରି ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ବଲିଉଡର ଏହି ଚର୍ଚ୍ଚିତ ଅଭିନେତା ଆର ମାଧବନଙ୍କୁ ମିଳିଛି ଏବେ ନୂଆ ଦାୟିତ୍ୱ। ଫିଲ୍ମ ଏବଂ ଟେଲିଭିଜନ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (FTII)ର ସଭାପତି ସହ ପରିଚାଳନା ପରିଷଦର ଅଧ୍ଯକ୍ଷ ଭାବେ ମନୋନୀତ ହୋଇଛନ୍ତି ମାଧବନ ।

ତାଙ୍କ ଦ୍ୱାରା ଅଭିନୀତ ‘ରକେଟ୍ରି ’ ସିନେମା ନିକଟରେ ଜାତୀୟ ପୁରସ୍କାର ଜିତିଥିଲା। ଏହି ଫିଲ୍ମରେ ମାଧବନ ଅଭିନୟ କରିବା ସହ ନିର୍ଦ୍ଦେଶନା ଭାର ମଧ୍ୟ ସମ୍ଭାଳିଥିଲେ। କେବଳ ଏହି ଗୋଟିଏ ସିନେମା ନୁହେଁ, ରଙ୍ଗ ଦେ ବସ୍ତନ୍ତୀ ଠାରୁ ଆରମ୍ଭ କରି ୩ ଇଡିଏଟ ଭଳି ଫିଲ୍ମରେ ମଧ୍ୟ ସେ ଚମତ୍କାର ଅଭିନୟ କରିଛନ୍ତି।

ଆର ମାଧବନ ଫିଲ୍ମ ନିର୍ମାତା ସେଖର କପୁରଙ୍କ ପରେ ଏହି ଫିଲ୍ମ ଏବଂ ଟେଲିଭିଜନ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସଭାପତି ହେବେ । ସେଖର କପୁରଙ୍କ ଆକ୍ଟୋବର ୩୦ରେ କାର୍ଯ୍ୟକାଳ ପୂରଣ ହେଉଥିବା ବେଳେ ଏହି ପଦ ପାଇଁ ଆର ମଧାବନ ମନୋନୀତ ହୋଇଛନ୍ତି । ନିକଟରେ ମାଧବନଙ୍କ ନିର୍ଦ୍ଦେଶିତ ତାଥା ତାଙ୍କର ପ୍ରଥମ ନିର୍ଦ୍ଦେଶନା ଦ୍ବାରା ନିର୍ମିତି ଫିଲ୍ମ ରକେଟ୍ରୀକୁ ବେଷ୍ଟ ଫିଚର ଫିଲ୍ମର ପାଇଁ ଜାତୀୟ ପୁରସ୍କାର ମିଳିଛି । ଆର ମାଧବନଙ୍କ ନୂଆ ଫିଲ୍ମ ପ୍ରୋଜେକ୍ଟ ବିଷୟରେ କହିବାକୁ ଗଲେ ସେ ଶଶିକାନ୍ତଙ୍କ ନିର୍ଦ୍ଦେଶିତ ‘ଟେଷ୍ଟ’ରେ ଅଭିନୟ କରିବାକୁ ଯାଉଛନ୍ତି । କୁହାଯାଉଛି ଯେ ଏହି ଫିଲ୍ମ କ୍ରିକେଟ ବିଷୟକୁ ନେଇ ପ୍ରସ୍ତୁତ କରାଯାଉଛି । ଯେଉଁଥିରେ ମାଧବନ୍ ମୁଖ୍ୟ ଭୂମିକାରେ ନଜର ଆସିବେ ।

କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ସୋଶାଲ ମିଡିଆରେ ଗୋଟିଏ ପୋଷ୍ଟ କରି ମାଧବନଙ୍କୁ ନୂଆ ଦାୟିତ୍ୱ ମିଳିଥିବା ସୂଚନା ଦେଇ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଅନୁରାଗ ଠାକୁରଙ୍କ ଏହି ଘୋଷଣା ପରେ ମାଧବନ ନିଜ ଏକ୍ସ ହ୍ୟାଣ୍ତଲରେ କେନ୍ଦ୍ରମନ୍ତ୍ରୀଙ୍କ ଟ୍ବିଟକୁ ରିଟ୍ବିଟ୍ କରି ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ମାଧବନ ଲେଖିଛନ୍ତି, ‘’ ଏହି ସମ୍ମାନ ଓ ଶୁଭକାମନା ପାଇଁ ଆପଣଙ୍କୁ ହୃଦୟର ସହ ଧନ୍ୟବାଦ । ମୁଁ ନିଶ୍ଚିତ ଏହି ଦାୟିତ୍ବକୁ ଗୁରୁତ୍ବର ସହ ବହନ କରିବି । ସମସ୍ତଙ୍କ ଆଶା ପୂରଣ କରିବାକୁ ମୁଁ ଯଥାସମ୍ଭବ ଚେଷ୍ଟା କରିବି । ‘’

Exit mobile version