ଆଜି ଆମ୍ ଆଦମୀ ପାର୍ଟି ଉତ୍ତର ବିଧାନସଭା ଅଧିନସ୍ଥ ସାଲିଆସାହି ଠାରେ ଏକ ନୂତନ ଜୋନ୍ କାର୍ଯ୍ୟାଳୟ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆପ୍-ରାଜ୍ୟ ଯୁବସଭାପତି ତଥା ଉତ୍ତର ବିଧାନସଭା ପ୍ରଭାରୀ ଶ୍ରୀଯୁକ୍ତ ସୋମନାଥ ରାଉତ ମହୋଦୟ ଯୋଗଦେଇ ଏକ ପଦଯାତ୍ରା ମାଧ୍ୟମରେ ନୂତନ ପାର୍ଟି କାର୍ଯ୍ୟାଳୟ ନିକଟରେ ପହଁଚି ରିବନ୍ କାଟି କାର୍ଯ୍ୟାଳୟର ଉଦଘାଟନ କରିବା ସହିତ ଆଗାମୀ ଦିନରେ ଏକତା,ଭାଇଚାରା ଏବଂ ସାହାସିକତାର ସହ ସଂଗଠନକୁ ଆଗେଇ ନବାପାଇଁ ବିଧାନସଭାର ସାଥିମାନଙ୍କୁ ଆହ୍ବାନ କରିଥିଲେ ,ଏଥି ସହ ବିଜେଡି ଦଳର କିଛି କର୍ମୀ ଆମ୍ ଆଦମୀ ପାର୍ଟିର ବିଚାରଧାରା ଏବଂ ଲୋକାଭିମୁଖୀ କାମରେ ଅନୁପ୍ରଣିତ ହୋଇ ଆମ୍ ଆଦମୀ ପାର୍ଟିରେ ଯୋଗଦେଇଥିଲେ ,ଉତ୍ତର ବିଧାନସଭା କମିଟିର ସାଥିମାନେ ଯୋଗଦେଇ ଉକ୍ତ କାର୍ଯ୍ୟକ୍ରମକୁ ସଫଳ କରିଥିଲେ I
ଆମ୍ ଆଦମୀ ପାର୍ଟି ଉତ୍ତର ଜୋନ୍ କାର୍ଯ୍ୟାଳୟ ଉଦଘାଟନ

