
ଆଲାସ୍କା: ଆମେରିକାର ଆଲାସ୍କା ଅଞ୍ଚଳରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଏହାର ତୀବ୍ରତା ରହିଛି ରିକ୍ଟର୍ ସ୍କେଲରେ ୭.୪ । ଭୂକମ୍ପର ତୀବ୍ରତା ଖୁବ୍ ଅଧିକ ରହିଥିଲା। ନିଶ୍ଚିତ ରୂପେ କ୍ଷୟକ୍ଷତି ହୋଇଥିବା ଅନୁମାନ କରାଯାଉଛି। ହେଲେ କ୍ଷୟକ୍ଷତର ଆକଳନ ଏଯାଏଁ କରାଯାଇ ନାହିଁ। ଅନ୍ୟପଟେ ଭୂକମ୍ପ ଯୋଗୁଁ ସୁନାମି ଆସିବାର ଆଶଙ୍କା ରହିଛି। ତେଣୁ ଏହି ଭୂକମ୍ପ ପରେ ସୁନାମି ସତର୍କତା ଜାରି କରାଯାଇ ସଚେତନ ରହିବା ପାଇଁ ଲୋକମାନଙ୍କୁ କୁହାଯାଇଛି।