Site icon UTKAL PRATIDIN

ଆତ୍ମସମର୍ପଣ କଲେ ଡୋନାଲ୍ଡ ଟ୍ରମ୍ପ

photo_6289676213253420404_y

ଆତ୍ମସମର୍ପଣ କଲେ ଡୋନାଲ୍ଡ ଟ୍ରମ୍ପ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨୦୨୦ ଜର୍ଜିଆ ନିର୍ବାଚନ ଫଳାଫଳକୁ ରଦ୍ଦ କରିବାକୁ ଚେଷ୍ଟା କରିବା ସହିତ ଜଡିତ ଏକ ମାମଲାରେ ଆଟଲାଣ୍ଟାର ଫ୍ଲୁଟୋନ୍ କାଉଣ୍ଟି ଜେଲରେ ଆତ୍ମସମର୍ପଣ କରିଛନ୍ତି । ଆତ୍ମସାମର୍ପଣ ପରେ ତାଙ୍କୁ ଜେଲରେ ରଖାଯାଇଥିଲା l ପରେ ଜେଲରୁ ବାହାରକୁ ଆସିଛନ୍ତି ଡୋନାଲ୍ଡ ଟ୍ରମ୍ପ । ଅର୍ଥାତ ଗିରଫ ପରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋଲାଲ୍ଡ ଟ୍ରମ୍ଫ ଜାମିନ୍‌ରେ ବାହାରକୁ ଆସିଥିବା ଜଣାପଡ଼ିଛି । ୨୦୨୦ ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ବଦଳାଇବାକୁ ଷଡ଼ଯନ୍ତ୍ର କରିଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା । ଜର୍ଜିଆ ଷ୍ଟେଟର ଆଟଲାଣ୍ଟା ଜେଲରେ ତାଙ୍କୁ ହାଜର କରାଯିବା ପରେ ଏବେ ୨ ଲକ୍ଷ ଡଲାର ବଣ୍ଡରେ ଟ୍ରମ୍ଫଙ୍କୁ ଜାମିନରେ ଛଡ଼ାଯାଇଥିବା ଜଣାଯାଇଛି । ସୂଚନା ଅନୁସାରେ , ୨୦୨୦ ନିର୍ବାଚନ ଫଳାଫଳକୁ ପ୍ରଭାବିତ କରିବାକୁ ଚେଷ୍ଟା କରଥିବା ନେଇ ଅଭିଯୋଗ ପରେ ଆମରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆତ୍ମସମର୍ପଣ କରିଥିଲେ । ନିର୍ବାଚନରେ ହେରଫେର ମାମଲାରେ ଟ୍ରମ୍ପ ଆଟଲାଣ୍ଟାର ଫ୍ଲୁଟୋନ୍ କାଉଣ୍ଟି ଜେଲ୍‌ରେ ଆତ୍ମସମର୍ପଣ । ଜର୍ଜିଆ ନିର୍ବାଚନ ଫଳାଫଳକୁ ପ୍ରଭାବିତ କରିବା ନେଇ ତାଙ୍କ ଉପରେ ଅଭିଯୋଗ ଥିଲା l ତାଙ୍କ ବିରୋଧରେ ଲାଗିଛି ୧୩ଟି ଦଫା l ଏହିସବୁ ଲାଗିଥିବା ବେଳେ ତାଙ୍କୁ ଆଟଲାଣ୍ଟାର ଫ୍ଲୁଟୋନ୍ କାଉଣ୍ଟି ଜେଲରେ ରଖାଯାଇଥିଲା । ଟ୍ରମ୍ପଙ୍କ ସହିତ ଆଉ ୧୮ଜଣ ଅଭିଯୁକ୍ତ ଏହି ମାମଲାରେ ରହିଛନ୍ତି । ୧୫ ଅଗଷ୍ଟରେ ଦାଖଲ କରାଯାଇଥିବା ଚାର୍ଜସିଟରେ ୪୧ଟି ମାମଲା ମଧ୍ୟରୁ ୧୩ଟିରେ ଟ୍ରମ୍ପଙ୍କ ନାଁ ରହିଛି । ଏହି ମାମଲାରେ କୋର୍ଟ ୨୫ ଅଗଷ୍ଟ ସୁଦ୍ଧା ସରେଣ୍ଡର କରିବାକୁ ସମୟ ଦେଇଥିଲେ । ତେବେ ଡୋନାଲ୍ଡ ଟ୍ରମ୍ପ ଜର୍ଜିଆରେ ୧୩ଟି ଭିନ୍ନ ଭିନ୍ନ ମାମଲାର ସାମ୍ନା କରୁଛନ୍ତି । ସେପଟେ ଟ୍ରମ୍ପଙ୍କ ସହଯୋଗୀ ମାର୍କ ମିଡୋଜ୍ ଫୁଲଟନ କାଉଁଣ୍ଟିରେ ଆତ୍ମସମର୍ପଣ କରିଛନ୍ତି । କାଉଁଣ୍ଟି ଓ୍ବେବ୍ ସାଇଟ୍ ଅନୁସାରେ ତାଙ୍କୁ ମଧ୍ୟ ଗିରଫ କରାଯାଇଛି । ଟ୍ରମ୍ପଙ୍କ ବିରୁଦ୍ଧରେ ଲାଗିଥିବା ଚାର୍ଜରେ ତାଙ୍କୁ ୨୦ବର୍ଷ ଜେଲ୍ ହୋଇପାରେ । କିନ୍ତୁ ଡୋନାଲ୍ଡ ଟ୍ରମ୍ପ ଜେଲରେ କେବଳ ୨୦ମିନିଟ୍ ରହିବା ପରେ ଜାମିନରେ ବାହାରିଛନ୍ତି । ମାତ୍ର ୪ ମାସ ଭିତରେ ଟ୍ରମ୍ପଙ୍କ ବିରୋଧରେ ତୃତୀୟ ଥର ପାଇଁ ଅପରାଧିକ ମାମଲା ରୁଜୁ ହୋଇଛି । ଆଇନଗତ ସମସ୍ତ କାର୍ଯ୍ୟାନୁଷ୍ଠାନକୁ ସେ ସମ୍ମୁଖିନ କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି । ନିର୍ବାଚନରେ ପରାଜୟ ବରଣ କରିବା ଓ କ୍ଷମତା ହସ୍ତାନ୍ତରକୁ ରୋକିବାକୁ ସେ ଏପରି ହେରଫେର କରିଥିଲେ l ସେଥିପାଇଁ ଡୋନାଲ୍ଡ ଟ୍ରମ୍ପଙ୍କୁ ଫେଡେରାଲ ତଦନ୍ତରେ ଅଭିଯୁକ୍ତଭାବେ ଦର୍ଶାଯାଇଛି ।

Exit mobile version