Site icon UTKAL PRATIDIN

ଆତଙ୍କବାଦୀଙ୍କ ଗୁଳିରେ ୩ ଯବାନ ଶହୀଦ

photo1691222939


  
ଜାମ୍ମୁ-କାଶ୍ମୀର: ଆତଙ୍କବାଦୀ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହେବାରୁ ୩ ଜଣ ଯବାନ ଶହୀଦ ହୋଇଛନ୍ତି । ଜମ୍ମୁ-କାଶ୍ମୀରର କୁଲଗାମ ଜିଲ୍ଲାରେ ଗତକାଲି ସର୍ଚ୍ଚ ଅପରେସନ ସମୟରେ ଏପରି ଅଘଟଣ ଘଟିଥିବା ନେଇ ସୂଚନା ମିଳିଛି । ଶ୍ରୀନଗର ସେନା କାର୍ଯ୍ୟାଳର ସୂଚନା ଅନୁସାରେ, ଦକ୍ଷିଣ କାଶ୍ମୀରର କୁଲଗାମ ଜିଲ୍ଲାର ହଲାଣ ଜଙ୍ଗଲ ଶିଖରରେ କିଛି ଆତଙ୍କବାଦୀ ଲୁଚି ରହିଥିବା ନେଇ ସୂଚନା ମିଳିବା ପରେ ସେହି ଅଞ୍ଚଳକୁ ଚାରିପଟୁ ସିଲ୍ କରାଯାଇ ଭାରତୀୟ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ଦୁଇ ପଟୁ ଗୁଳି ଚାଳନା ହୋଇଥିଲା । ପ୍ରଥମେ ଆତଙ୍କବାଦୀ ମାନେ ଗୁଳି ଚଳାଇଥିଲେ ପରେ ସେନା ପକ୍ଷରୁ ମଧ୍ୟ ପାଲଟା ଗୁଳି ଚାଳନା କରାଯାଇଥିଲା । ଗୁଳି ବିନିମୟ ବେଳେ ୩ ଯବାନ ଗୁରୁତର ଆହତ ହେବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା l କିନ୍ତୁ ସେଠାରେ ୩ ଜଣ ଯବାନଙ୍କ ଦେହାନ୍ତ ହୋଇଥିଲା । ଏହି ଦୁର୍ଘଟଣା ପରେ ଘଟଣାସ୍ଥଳକୁ ଅଧିକ ଫୋର୍ସ ପଠାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ଅଧିକ କଡ଼ାକଡି କରାଯାଇଛି ।

Exit mobile version