
ଆଜି ହେଉଛି ଶ୍ରାବଣ ମାସର ପହିଲି ସୋମବାର, ମହାଦେବଙ୍କୁ ଜଳଲାଗି କରିବା ପାଇଁ ବିଭିନ୍ନ ଶୈବପୀଠରେ ଲାଗିଛି କାଉଡିଆଙ୍କ ଭିଡ଼ । ବିଭିନ୍ନ ଦୂର ସ୍ଥାନରୁ କଉଡିଆମାନେ ପାଣି ଆଣି ଶିବଙ୍କ ଉପରେ ଜଳଲାଗି ପାଇଁ ଲମ୍ବା ଧାଡି ଲଗାଇଛନ୍ତି ।ଅନେକ ଶ୍ରଦ୍ଧାଳୁ ମାଇଲ ବାଟ ଚାଲି ପାଣି ଭରା ଉଠାଇ ଶିବଙ୍କୁ ଜଳ ଲାଗି କରିବା ପାଇଁ ବାହାରିଛନ୍ତି ।
ଶ୍ରଦ୍ଧାଳୁମାନେ ମାନସିକ ପୂରଣ କରିବା ପାଇଁ ଶିବଙ୍କ ଉପରେ ଜଳ ଅର୍ପଣ କରିବାକୁ ଯାଇଥାନ୍ତି ।

ଶ୍ରାବଣ ମାସ ସାରା ପ୍ରତେକ ସୋମବାର କଉଡିଆମାନେ ନଦୀରୁ ପାଣି ନେଇ ବାହୁଂଗି କାନ୍ଧରେ ପକାଇ ଖାଲି ପାଦରେ ଚାଲି ଶୈବ ପୀଠରେ ଜଳ ଲାଗିପାଇଁ ଯାଇଥାନ୍ତି ।ପ୍ରଭୁ ଲିଙ୍ଗରାଜ, ବାବା ଧବଳେଶ୍ୱର, ବାବା ଆଖଣ୍ଡଳମଣିଙ୍କ ପୀଠ ସମେତ ରାଜ୍ୟର ସମସ୍ତ ଶୈବପୀଠ ଗୁଡିକରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି । ବୋଲ୍ ବମ୍ ଧ୍ୱନିରେ କମ୍ପୁଛି ମନ୍ଦିର ପରିସର ।ଅଧିକାଂଶ ପୀଠରେ ଗତକାଲିଠୁ ଅନେକ କାଉଡିଆଙ୍କ ଭିଡ଼ ଦେଖିବାକୁ ମିଳିଛି ।ସେଥିପାଇଁ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ କଡ଼ା ବ୍ୟବସ୍ଥା କରାଯାଇଛି ।