
ଆଜି ବିଶ୍ୱ ଆଦିବାସୀ ଦିବସ ବିଶ୍ବର ବିଭିନ୍ନ ଅଞ୍ଚଳରେ ବସବାସ କରୁଥିବା ଆଦିବାସୀ ଲୋକଙ୍କ ଅଧିକାରର ସୁରକ୍ଷା ଓ ସେମାନଙ୍କ ଅଧିକାର ସଂପର୍କରେ ସଚେତନତା ସୃଷ୍ଟି ପାଇଁ ପ୍ରତିବର୍ଷ ଅଗଷ୍ଟ ୯ ତାରିଖକୁ ବିଶ୍ଵ ଆଦିବାସୀ ଦିବସ ରୂପେ ପାଳନ କରାଯାଏ । ଯଦି ଆମେ ଆମ ରାଜ୍ୟ ଓଡିଶା କଥା କହିବା ତେବେ ରାଜ୍ୟର ପ୍ରାୟ ଲୋକ ଜଙ୍ଗଲଜାତ ଦ୍ରବ୍ୟ ବ୍ୟବହାର କରିଥାନ୍ତି । ଏଥିରେ ଆଦିବାସୀମାନଙ୍କର ବଡ ଭୂମିକା ରହିଛି । ସେମାନଙ୍କ ସାହାଯ୍ୟରେ ହିଁ ଏହି ଦ୍ରବ୍ୟ ବଜାରରେ ସହଜରେ ପହଞ୍ଚି ପାରୁଛି । ହେଲେ ଏତେସବୁ ପରେ ବି ଆଦିବାସୀମାନେ କୌଣସି ସୁବିଧା ପାଇ ପାରୁନାହାଁନ୍ତି । ସରକାର ଦ୍ୱାରା ହେଉ ଅବା ଲୋକମାନଙ୍କ ଦ୍ୱାରା ସେମାନେ ସବୁବେଳେ ଅବହେଳିତ । ଅନେକ ଆଦିବାସୀ ଅଞ୍ଚଳକୁ ଯିବାକୁ ରାସ୍ତାଟିଏ ନାହିଁ ଆଉ କେଉଁଠି ବିଦ୍ୟୁତ ଓ ସ୍ବାସ୍ଥ୍ୟ ସେବାରୁ ବଞ୍ଚିତ ସେମାନେ । ଶିକ୍ଷା କ୍ଷେତ୍ରରେ ମଧ୍ୟ ସେମାନେ ପଛରେ । ଶିକ୍ଷା ସୁବିଧା ସେମାନଙ୍କ ପାଖରେ ପହଞ୍ଚିପାରୁ ନାହିଁ । ପାଠ ଦି ଅକ୍ଷର ପଢିବା ପାଇଁ ପାଖ ଗାଁକୁ ଯିବାକୁ ହେଉଛି ନଚେତ ପାଦରେ ଡୋରି ବାନ୍ଧି ଘରେ ବସୁଛନ୍ତି ପିଲା । ଅନ୍ଧକାରରେ ରହୁଛି କାଲିର ଭବିଷ୍ୟତ । ତେବେ ଆଦିବାସୀଙ୍କ ସୁବିଧା ସୁଯୋଗ ଯୋଗାଇବା ସହିତ ସେମାନଙ୍କୁ ଆଗକୁ ବଢିବାରେ ସହାୟତା କରିବା ନେଇ ଏହି ଦିନନଟିକୁ ଦେଶ ବ୍ୟାପି ପାଳନ କରାଯାଏ ।

୨୦୧୧ ଜନଗଣନା ଅନୁଯାୟୀ, ଭାରତର ଜନସଂଖ୍ୟାର ୮.୬ କିମ୍ବା ୧୦୪ ନିୟୁତ ଲୋକ ଆଦିବାସୀ ଅଟନ୍ତି। ମଧ୍ୟପ୍ରଦେଶର ମଧ୍ୟ ବହୁ ସଂଖ୍ୟାରେ ଅନୁସୂଚିତ ଜନଜାତି ବାସ କରନ୍ତି, ଯେଉଁଥିରେ ଆଦିବାସୀ ଜନସଂଖ୍ୟାର ୨୦% କିମ୍ବା ୧୫ ନିୟୁତ ଲୋକ ଅଛନ୍ତି। ଡିସେମ୍ବର ୧୯୯୪ ରେ, ମିଳିତ ଜାତିସଂଘର ସାଧାରଣ ସଭା ନିଷ୍ପତ୍ତି ନେଇଥିଲା ଯେ ବିଶ୍ଵରେ ଅନୁସୂଚିତ ଜନଜାତିର ଆନ୍ତର୍ଜାତୀୟ ଦିବସ ପ୍ରତିବର୍ଷ ୯ ଅଗଷ୍ଟରେ ପାଳନ କରାଯିବା ଉଚିତ୍। ପ୍ରତିବର୍ଷ ଏକ ନିର୍ଦ୍ଦିଷ୍ଟ ଥିମ୍ ଅନ୍ତର୍ଗତ ବିଶ୍ୱ ଆଦିବାସୀ ଦିବସ ପାଳନ କରାଯାଏ । ଏହି ବର୍ଷ ର ଥିମ୍ ହେଉଛି “Indigenous Youth as Agents of Change for Self-determination” । ଏହି ଦିନ ମିଳିତ ଜାତିସଂଘର ସରକାରୀ ସଂଗଠନ ଏବଂ ଅନେକ ଦେଶ, ଆଦିବାସୀ ସମ୍ପ୍ରଦାୟର ଲୋକ, ଆଦିବାସୀ ସଂଗଠନ ସମଗ୍ର ବିଶ୍ୱରେ ଜନ ଉତ୍ସବ ଆୟୋଜନ କରନ୍ତି । ବିଭିନ୍ନ ଆଲୋଚନା ଏବଂ ସଙ୍ଗୀତ କାର୍ଯ୍ୟକ୍ରମ ବ୍ୟତୀତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକାରର ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥାଏ ।