Site icon UTKAL PRATIDIN

ଆଜିଠୁ ମୌସୁମୀ ଅଧିବେଶନ ଆରମ୍ଭ

23-07-20_10-53-55-120


 
ଆଜିଠୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେଉଛି । ନବନିର୍ମିତ ସଂସଦ ଭବନରେ ପ୍ରଥମ ଥର ପାଇଁ ଅଧିବେଶନ ଅନୁଷ୍ଠିତ ହେବ । ଅଧିବେଶନରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଅତ୍ୟନ୍ତ ଝଡ଼ ସୃଷ୍ଟି ହେବ ବୋଲି ଆଶଙ୍କା ରହିଛି । ଗୃହରେ ମଣିପୁର ପ୍ରସଙ୍ଗ ଆଲୋଚିତ ହେବ ବୋଲି ସରକାର କହିଥିବାବେଳେ ଏହି ପ୍ରସଙ୍ଗରେ ସରକାରଙ୍କୁ ବିରୋଧୀ ଘେରିବେ ।ମଣିପୁର ହିଂସା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତବ୍ୟ ବିରୋଧୀ ଚାହୁଁଛନ୍ତି। ଏହା ସହ ଦରବୃଦ୍ଧି ଓ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ଦୁରୂପଯୋଗ ପ୍ରସଙ୍ଗରେ ବି ବିରୋଧୀ ନାରାବାଜି କରିବା ସମ୍ଭାବନା ରହିଛି ।ସବୁ ପାର୍ଟି ବୈଠକ ରେ ବିରୋଧୀ ଦଳ ଏହା ସ୍ପଷ୍ଟ କରିସାରିଛନ୍ତି। ଦୁଇ ମାସ ଧରି ଚାଲିଥିବା ହିଂସା ଉପରେ ଆଲୋଚନା ପାଇଁ ସେମାନେ ଦାବି କରୁଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିରବତାକୁ ନେଇ ବିରୋଧୀ ଲଗାତାର ଆକ୍ରମଣକାରୀ ହୋଇଆସୁଛନ୍ତି। ସଂସଦ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି ଯେ ଅଧିବେଶନରେ ୩୧ ଟି ବିଲ୍ ଆଗତ କରାଯିବ।
ଚଳିତ ଅଧିବେଶନରେ ୩୨ଟି ବିଧେୟକ ଆଗତ ହେବ ବୋଲି କହିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ । ଗତ ମଙ୍ଗଳବାର ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ଏହି ବୈଠକ ଡାକିଥିଲେ । ମାତ୍ର ଅନେକ ଦଳର ନେତାଙ୍କ ଅନୁପସ୍ଥିତିକୁ ନେଇ ଏହି ବୈଠକ ବାତିଲ ହୋଇଥିଲା ।ସଂସଦର ମୌସୁମୀ ଅଧିବେଶନ ୨୦ ଜୁଲାଇରୁ ୧୧ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ। ଏହି ସମୟରେ ୧୭ ଟି ସଭା ହେବ l

Exit mobile version