Site icon UTKAL PRATIDIN

ଆଜିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ନିର୍ମଳା ସୀତାରମଣ

photo_6260390330205583090_y

ଆଜିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଆଜି ସନ୍ଧ୍ୟାବେଳେ ଭୁବନେଶ୍ଵରରେ ପହଞ୍ଚିବେ ନିର୍ମଳା ସୀତାରମଣ । ଦୁଇ ଦିନରେ ପୁରୀ ଓ ଭୁବନେଶ୍ଵରର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ କେନ୍ଦ୍ର ଅର୍ଥମନ୍ତ୍ରୀ । ଆଜି ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚି ପ୍ରଥମେ ବିଜେପିର ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବେ । ଏହାପରେ ପୂର୍ବତନ ବିଧାୟିକା ନିବେଦିତା ପ୍ରଧାନଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହାପରେ ପୁରୀ ଅଭିମୁଖେ ଗସ୍ତ କରିବେ । ପୁରୀରେ ରାତି ରହଣୀ ପରେ ଗୁରୁବାର ସକାଳୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବେ । ଏହାପରେ ପୁରୀର ପେଣ୍ଠକଟା ସ୍ଥିତ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ଶ୍ରୀ ସଦାଶିବ କ୍ୟାମ୍ପସ ପରିସରରେ ‘ମେରୀ ମାଟି ମେରା ଦେଶ’ କାର୍ଯ୍ୟକ୍ରମରେ ସାମିଲ ହେବା ସହ ବୃକ୍ଷରୋପରଣ କରିବେ । ପରେ ସେ ବୀରହରେକୃଷ୍ଣପୁର ସ୍ଥିତ ଶହୀଦ ଜୟୀ ରାଜଗୁରୁଙ୍କ ଜନ୍ମସ୍ଥାନ ପରିଦର୍ଶନ କରି ଭୁବନେଶ୍ୱର ଫେରି ଆସିବେ । ଗୁରୁବାର ଅପରାହ୍ନରେ କେନ୍ଦ୍ର ଅର୍ଥମନ୍ତ୍ରୀ ଭୁବନେଶ୍ୱରଠାରେ କୁଇ ଓ ଦେଶୀୟ ଭାଷା ଉପରେ ଆଧାରିତ ଏକ ପୁସ୍ତକ ଉନ୍ମୋଚନ କରିବେ । ପରେ ଭୁବନେଶ୍ଵରରେ ବିଂଶତମ ଜାତୀୟ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ସମ୍ମିଳନୀକୁ ଉଦ୍‌ଘାଟନ କରିବାର ମଧ୍ୟ କାର୍ଯ୍ୟକ୍ରମ ରିହଛି । ପ୍ରାୟ ୫ଟାରେ ସୋଆ ବିଶ୍ୱବିଦ୍ୟାଳୟ ସଭାଗୃହଠାରେ ଜାତୀୟ ଚାଟାର୍ଡ ଆକାଉଣ୍ଟାଣ୍ଟ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ପରେ କାଲି ରାତିରେ ସୀତାରମଣ ନୂଆଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି । ଏ ନେଇ ଭୁବନେଶ୍ୱର ଓ ପୁରୀର ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଉଛି ।

Exit mobile version