ଜୟପୁର : ନୋଏଡା ର ସଚିନ୍ ଙ୍କ ପାଇଁ ପାକିସ୍ତାନରୁ ଭାରତ ଆସିଥିବା ସୀମା ହେଦର ଏବଂ ରାଜସ୍ଥାନରୁ ପାକିସ୍ତାନ ଯାଇଥିବା ଅଞ୍ଜୁଙ୍କ ପ୍ରେମ କାହାଣୀ ବର୍ତ୍ତମାନ ବିଶ୍ୱରେ ଜଣାଶୁଣା। ଏହି ସମୟରେ, ପ୍ରେମ ପାଇଁ ସୀମା ଅତିକ୍ରମ କରିଥିବା ଆଉ ଏକ ପ୍ରେମ କାହାଣୀ ସାମ୍ନାକୁ ଆସିଛି l
ବୁଧବାର ରାଜସ୍ଥାନର ଯୋଧପୁର ଜିଲ୍ଲାରେ ଏକ ଅନନ୍ୟ ବିବାହ ଦେଖିବାକୁ ମିଳିଥିଲା । ପାକିସ୍ତାନୀ କନ୍ୟା ଏବଂ ରାଜସ୍ଥାନ ବର ଅନଲାଇନରେ ବିବାହ କରିଥିଲେ। ଏହି ସମୟରେ, ବିବାହ ର ସମସ୍ତ ରୀତିନୀତି ଏକ ଭର୍ଚୁଆଲ୍ ଢଙ୍ଗରେ କରାଯାଇଥିଲା l ମୁସଲିମ ନୀତିରିତୀ ରେ ବିବାହ ହୋଇଥିଲା ଏବଂ କାଜୀ ବିବାହ ସମ୍ପର୍ଣ୍ଣ କରିଥିଲେ । ଏହି ସମୟରେ କରାଚିରେ ଉପସ୍ଥିତ କନ୍ୟା କହିଥିଲେ – ମୁଝେ କୁବୁଲ ହୈ (ମତେ ସ୍ୱୀକାର ଅଛି )।
ଯୋଧପୁରର କଣ୍ଟ୍ରାକ୍ଟର ମହମ୍ମଦ ଆଫଜାଲଙ୍କ ସାନପୁଅ ଅରବାଜ ଜଣେ ପାକିସ୍ତାନୀ ମହିଳା ଆମେନାଙ୍କୁ ବିବାହ କରିଥିଲେ। ଏହି ବିବାହ କରାଚିରେ ହେବାକୁ ଥିଲା, କିନ୍ତୁ ଭିସା ସମସ୍ୟା ହେତୁ ବିବାହ ଅନଲାଇନରେ କରାଯାଇଥିଲା। ଏହି ଅନନ୍ୟ ବିବାହରେ, ଅରବାଜ ଏବଂ ଆମେନା ର ପରିବାର ସଦସ୍ୟମାନେ ଅନଲାଇନ୍ ମାଧ୍ୟମରେ ରୀତିନୀତି କରିଥିଲେ l

ଭିଡିଓ କନଫରେନ୍ସ ମାଧ୍ୟମରେ ଉଭୟ ପରିବାର ସଂଯୋଗ ହୋଇଥିଲେ। ଏହି ସ୍ଥାନରେ ଲାପଟପ୍ ସହିତ ଦୁଇଟି ବଡ଼ ଏଲଇଡି ସ୍କ୍ରିନ୍ ମଧ୍ୟ ସ୍ଥାପନ କରାଯାଇଥିଲା l
ବରର ପିତା ମହମ୍ମଦ ଆଫଜାଲ କହିଛନ୍ତି ଯେ କନ୍ୟା ପାକିସ୍ତାନରୁ ଯୋଧପୁରକୁ ଆସିବ। ସେ କହିଛନ୍ତି ଯେ ସେଠାରେ ଥିବା ଝିଅମାନେ ଏବଂ ସେମାନଙ୍କ ପରିବାର ମଧ୍ୟ ଯୋଧପୁରରେ ବିବାହ କରିବାକୁ ଚାହୁଁଛନ୍ତି। ଆମର ସେଠାରେ ମଧ୍ୟ ସମ୍ପର୍କୀୟ ଅଛନ୍ତି l ବର୍ତ୍ତମାନ ଆମେ ଭିସା ପାଇଁ ପ୍ରସ୍ତୁତ ହେବୁ l
ଆଫଜାଲ କହିଛନ୍ତି ଯେ ଆମ ଭଳି ସାଧାରଣ ପରିବାର ପାଇଁ ଅନଲାଇନରେ ବିବାହ କରିବା ସୁବିଧାଜନକ କାରଣ ଏହାର ମୂଲ୍ୟ ମଧ୍ୟ କମ୍ ଅଟେ। ଯଦି ଆମେ ଭାରତର ନିକାହନାମା (ବିବାହ ପ୍ରମାଣପତ୍ର) ସହିତ ଭିସା ପାଇଁ ଆବେଦନ କରୁ ତେବେ ଏହା ସହଜରେ ଉପଲବ୍ଧ ହେବ l