
ମଣିପୁର ହିଂସାକୁ ନେଇ ବିରୋଧିମାନେ ମୋଦି ସରକାରଙ୍କ ବିରୋଧରେ ଆଣିଛନ୍ତି ଅନାସ୍ଥା ପ୍ରସ୍ତାବ । ଏହି ପ୍ରସ୍ତାବକୁ ନେଇ ଆଜି ଲୋକସଭାରେ ଆଲୋଚନା ହେବ । ମଣିପୁର ପ୍ରସଙ୍ଗରେ ଗୃହରେ ପ୍ରଧାନମନ୍ତ୍ରୀଙ୍କ ବିବୃତି ରଖିବା ପାଇଁ ବିରୋଧୀମାନେ ଦାବି କରି ଆସୁଛନ୍ତି ହେଲେ ଏପର୍ଯ୍ୟନ୍ତ ଏହି ମାମଲାକୁ ନେଇ ମୋଦି କୌଣସି ବିବୃତି ରଖି ନାହାନ୍ତି l କିନ୍ତୁ ଏଥର ପ୍ରଧାନମନ୍ତ୍ରୀ ନିଜ ବିବୃତି ରଖି ପାରନ୍ତି ବୋଲି ଆଶଙ୍କା କରାଯାଉଛି l ହେଲେ ବିରୋଧିଙ୍କ ପ୍ରଶ୍ନର କିପରି ଉତ୍ତର କେନ୍ଦ୍ର ସରକାର ଦେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିବ । ଅନ୍ୟପଟେ ଆଜି ବିଜେପି ସଂସଦୀୟ ଦଳର ବୈଠକ ସକାଳ 9.30 ରୁ ଆରମ୍ଭ ହୋଇଛି । ଏହି ସଭାକୁ ବିଜେପି ସଭାପତି ଜେ.ପି ନଡ୍ଡା ଅଧ୍ୟକ୍ଷତା କରିଛନ୍ତି । ଅଧିବେଶନର ଶେଷ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସାଂସଦମାନଙ୍କୁ ନିର୍ବାଚନ ବିଜୟର ମନ୍ତ୍ର ଦେବେ କାରଣ ଏହି ଅଧିବେଶନ ପରେ 4ଟି ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ବିଧାନସଭା ରହିଛି । ସୂଚନାଥାଉ ଯେ, ଆଜି ମଧ୍ୟାହ୍ନ 12 ଟାରୁ ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ଆରମ୍ଭ ହେବ । ଏହି ଆଲୋଚନାରେ ରାହୁଲ ଗାନ୍ଧି ମଧ୍ୟ ଉପସ୍ଥିତ ରହିବେ। ପ୍ରଥମେ କଂଗ୍ରେସ ଏବଂ ପରେ ରାହୁଲ ଗାନ୍ଧିଙ୍କ ନିଜ ବିବୃତି ରଖିବେ । ରାଜନାଥ ସିଂ ଏବଂ ଅମିତ ଶାହା ସରକାରଙ୍କ ତରଫରୁ ଗୃହର ଦାୟିତ୍ୱ ତୁଲାଇବେ ବୋଲି ଜଣ ପଡିଛି l