ଅତ୍ୟାଧୁନିକ ଶୈଳୀରେ ତିଆରି ରିଭଲବର୍ ‘ପ୍ରବଳ’ ଭାରତରେ ପ୍ରଥମ ଥର ପାଇଁ ତିଆରି ହୋଇଛି ଅତ୍ୟାଧୁନିକ ରିଭଲବର୍ ଯାହାର ରେଞ୍ଜ୍ ୫୦ ମିଟର। ଏହା ବଜାରରେ ଉପଲବ୍ଧ ଥିବା ସାଧାରଣ ବନ୍ଧୁକ ଠାରୁ ୨ ଗୁଣା ଦୂର ଭେଦ କରିପାରିବ। ଏହି ବନ୍ଧୁକ ଆଡଭାନ୍ସଡ୍ ୱିପନ୍ ଆଣ୍ଡ୍ ଇକ୍ୱିପମେଣ୍ଟ ଇଣ୍ଡିଆ ଲିମିଟେଡ଼ (AWEIL) ଦ୍ୱାରା ତିଆରି କରାଯାଇଛି। ବଜାରରେ ମିଳୁଥିବା ସବୁ ରିଭଲବର୍ ଠାରୁ ଏହା ସବୁଠୁ ବେଷ୍ଟ ବୋଲି ଦାବି କରିଛି ଆଡଭାନ୍ସଡ୍ ୱିପନ୍ ଆଣ୍ଡ୍ ଇକ୍ୱିପମେଣ୍ଟ ଇଣ୍ଡିଆ ଲିମିଟେଡ଼ l ବନ୍ଧୁକର ବ୍ୟାରେଲ ଲମ୍ବ ୭୬ ମିଲିମିଟର ରହିଥିବା ବେଳେ ବନ୍ଧୁକର ଓଜନ କ୍ୟାଟ୍ରେଜ୍କୁ ଛାଡ଼ି ୭୦୦ ଗ୍ରାମ ରହିଛି । ବନ୍ଧୁକର ଲମ୍ବ ୧୭୭.୬ ମିଲିମିଟର ରହିଛି। ତେବେ ଏହି ବନ୍ଧୁକଟି ଅନ୍ୟ ବନ୍ଧୁକ ତୁଳନାରେ ସାମାନ୍ୟ ଭିନ୍ନ l ’ପ୍ରବଳ’ ହେଉଛି ପ୍ରଥମ ବନ୍ଧୁକ ଯାହାର ରହିଛି ସାଇଡ୍ ସୁଇଙ୍ଗ୍ ସିଲିଣ୍ଡର, ଯାହା ଟ୍ରିଗର୍କୁ ମାରିବା ପାଇଁ ସହଜ ହୋଇଥାଏ । ତେବେ ଆଗରୁ ଆସୁଥିବା ବନ୍ଧୁକ ଟ୍ରିଗର୍କୁ ଠେଲିବା କଷ୍ଟକର ହେବା ସହ କ୍ୟାଟ୍ରେଜ୍କୁ ଭର୍ତ୍ତି କରି ଫୋଲ୍ଡ କରିବା ବେଳେ କଷ୍ଟକର ହୋଇଥାଏ । କିନ୍ତୁ ଏହାର ବ୍ୟବହାର ଖୁବ୍ ସହଜ ବୋଲି କୁହାଯାଉଛି । ଏହା ସହ ଏକ ସାଧାରଣ ବନ୍ଧୁକ ତୁଳନାରେ ଦୁଇଗୁଣ ଅଧିକ ଦୁରକୁ ମଧ୍ୟ ଭେଦ କରିପାରିବ ବୋଲି କୁହାଯାଇଛି l ତେବେ ଅଗଷ୍ଟ ୧୮ରୁ କେବଳ ବନ୍ଧୁକ ଲାଇସେନ୍ସ ଧାରୀ ଏହାକୁ କିଣିବା ପାଇଁ ଆବେଦନ କରିପାରିବେ। ଆଡଭାନ୍ସଡ୍ ୱିପନ୍ ଆଣ୍ଡ୍ ଇକ୍ୱିପମେଣ୍ଟ ଇଣ୍ଡିଆ ଲିମିଟେଡ଼ (AWEIL) କାନପୁର ସ୍ଥିତ ଅର୍ମାପୁରରେ ଅବସ୍ଥିତ। ଏହାର ୮ଟି ଫ୍ୟାକ୍ଟ୍ରି ରହିଛି, ଯେଉଁଠି ଛୋଟ ଛୋଟ ଅସ୍ତ୍ରଶସ୍ତ୍ର ଓ ବନ୍ଧୁକ ତିଆରି କରାଯାଏ। ଏହି ଫ୍ୟାକ୍ଟ୍ରି ୨୦୨୧ରେ ପ୍ରତିଷ୍ଠା କରାଯାଇଥିଲା। ୨୦୨୩ରେ ଆଡଭାନ୍ସଡ୍ ୱିପନ୍ ଆଣ୍ଡ୍ ଇକ୍ୱିପମେଣ୍ଟ ଇଣ୍ଡିଆ ଲିମିଟେଡ଼ ୬ ହଜାର କୋଟିର ପ୍ରତିରକ୍ଷା ଉପକରଣ ନିର୍ମାଣ କରିଥିଲା । ଏପରିକି ସ୍ଥଳ ସେନା ପାଇଁ ଏହି ଫ୍ୟାକ୍ଟ୍ରିରୁ ୩୦୦ ସରାଙ୍ଗ ବନ୍ଧୁକ ଅର୍ଡର କରାଯାଇଥିଲା । ଆଉ ଏବେ ଏହି କାନପୁର ସ୍ଥିତ AWEIL ଭାରତ ପାଇଁ ଏହି ଅତ୍ୟାଧୁନିକ ବନ୍ଧୁକ ତିଆରି କରିଛି l
ଅତ୍ୟାଧୁନିକ ଶୈଳୀରେ ତିଆରି ରିଭଲବର୍ ‘ପ୍ରବଳ’
